Posts

Showing posts from August, 2020

DEAR DIARY....

Image
ପ୍ରିୟ ଡାଇରୀ,          ଆଜି ପୁଣି ଥରେ ତୁମ ସହ ଦିନଟିଏ ବାଣ୍ଟିବାକୁ ଈଛା। ଯେତେବଳେ ମନର ଭାର କୁ ଉଠାଇ ପାରେନା ସେତେବେଳେ ତୁମେ ମନେପଡ। ଜାଣେ ମୁଁ ସ୍ୱାର୍ଥପର। ନିଜର ସବୁ ସୁଖ, ଦୁଃଖ, ରାଗ,  ଅଭିମାନ ତୁମକୁ ଅଜାଡ଼ି ଦେଇ ଶାନ୍ତି ରେ ବଂଚିବାକୁ ଚାହେଁ।ତୁମ ଛଡ଼ା ଆଉ କିଏ ଅଛି ଯାହା ପାଖରେ ମନ ଖୋଲି ଅଭିମାନ ସବୁ ଅଜାଡ଼ି ଦେଇହେବ।            ନିଶିଥ ର ଗଭୀର ପ୍ରହରେ ମେଘୁଆ ଆକାଶ କୋଳରେ ମିଞ୍ଜିମିଞ୍ଜି ଆଖି ଖୋଲି ତାରା ମାନେ ଚାହିଁଛନ୍ତି। ଆଉ ଅଳପ ସମୟ,,, ସକାଳ ହୋଇଯିବ। ହେଲେ ଏ ଅପେକ୍ଷା ବଡ଼ କଷ୍ଟ। ସେଥିପାଇଁ କୁହାଯାଏ ଅପେକ୍ଷା ର ଅନ୍ୟ ନାମ ଯନ୍ତ୍ରଣା। ଆଖି ବୁଝି ସୋଇ ବାକୁ ସତ ଚେଷ୍ଟା କଲି।ହେଲେ ମୋ ଅଝଟି ସ୍ବପ୍ନ ନିଜର ଅନୁଭୂତି ବାଣ୍ଟି ଵସିଲା।          ସ୍ବପ୍ନ ର ମାନେ ଏଠି ବଦଳି ଯାଇଛି, ବଦଳି ଯାଇଛି ତାର ସମ୍ପୂର୍ଣ ଅସ୍ତିତ୍ଵ। ସ୍ବପ୍ନ ଏଠି ଦିଗହରା ନୌକ ପରି ଘୁରି ବୁଲୁଛି। ଏଠି ସ୍ବପ୍ନ ରାତିର ଗଭୀରତା ଭିତରେ ଅନେକ ଥର ପଥ ଭୁଲିଛି। ସେଥିପାଇଁ ସେ ଆଉ ରାତି ନୁହେଁ ଦିନକୁ ଆଦରି ନେଇଛି। ରାତିର କାଳିମା ରେ ନିଜକୁ ହଜାଇ ଦେବା ଅପେକ୍ଷା ଦିନ ର ଚିକଚିକ୍ ସୁର୍ଯ୍ୟ ଆଲୋକ କୁ ଆପଣାଇ ନେଇଛି ।ଯେତେବଳେ ସ୍ବପ୍ନ ର ମାନେ ବଦଳି ଯାଇଛି ସେତେବେଳେ ତାକୁ ବାସ୍ତବ ର ଆଖ୍ୟା ଦେଇ ଦେବା ଉଚିତ୍।ମୋ ଦୁ...

DEAR DIARY

Image
           ପ୍ରଥମ ଲେଖା          ଚିନ୍ମୟୀ ନାୟକ    Suggestion and share views on:-chinmayeenayak.blog@gmail.com