DEAR DIARY....
ଆଜି ପୁଣି ଥରେ ତୁମ ସହ ଦିନଟିଏ ବାଣ୍ଟିବାକୁ ଈଛା। ଯେତେବଳେ ମନର ଭାର କୁ ଉଠାଇ ପାରେନା ସେତେବେଳେ ତୁମେ ମନେପଡ। ଜାଣେ ମୁଁ ସ୍ୱାର୍ଥପର। ନିଜର ସବୁ ସୁଖ, ଦୁଃଖ, ରାଗ, ଅଭିମାନ ତୁମକୁ ଅଜାଡ଼ି ଦେଇ ଶାନ୍ତି ରେ ବଂଚିବାକୁ ଚାହେଁ।ତୁମ ଛଡ଼ା ଆଉ କିଏ ଅଛି ଯାହା ପାଖରେ ମନ ଖୋଲି ଅଭିମାନ ସବୁ ଅଜାଡ଼ି ଦେଇହେବ।
ନିଶିଥ ର ଗଭୀର ପ୍ରହରେ ମେଘୁଆ ଆକାଶ କୋଳରେ ମିଞ୍ଜିମିଞ୍ଜି ଆଖି ଖୋଲି ତାରା ମାନେ ଚାହିଁଛନ୍ତି। ଆଉ ଅଳପ ସମୟ,,, ସକାଳ ହୋଇଯିବ। ହେଲେ ଏ ଅପେକ୍ଷା ବଡ଼ କଷ୍ଟ। ସେଥିପାଇଁ କୁହାଯାଏ ଅପେକ୍ଷା ର ଅନ୍ୟ ନାମ ଯନ୍ତ୍ରଣା। ଆଖି ବୁଝି ସୋଇ ବାକୁ ସତ ଚେଷ୍ଟା କଲି।ହେଲେ ମୋ ଅଝଟି ସ୍ବପ୍ନ ନିଜର ଅନୁଭୂତି ବାଣ୍ଟି ଵସିଲା।
ସ୍ବପ୍ନ ର ମାନେ ଏଠି ବଦଳି ଯାଇଛି, ବଦଳି ଯାଇଛି ତାର ସମ୍ପୂର୍ଣ ଅସ୍ତିତ୍ଵ। ସ୍ବପ୍ନ ଏଠି ଦିଗହରା ନୌକ ପରି ଘୁରି ବୁଲୁଛି। ଏଠି ସ୍ବପ୍ନ ରାତିର ଗଭୀରତା ଭିତରେ ଅନେକ ଥର ପଥ ଭୁଲିଛି। ସେଥିପାଇଁ ସେ ଆଉ ରାତି ନୁହେଁ ଦିନକୁ ଆଦରି ନେଇଛି। ରାତିର କାଳିମା ରେ ନିଜକୁ ହଜାଇ ଦେବା ଅପେକ୍ଷା ଦିନ ର ଚିକଚିକ୍ ସୁର୍ଯ୍ୟ ଆଲୋକ କୁ ଆପଣାଇ ନେଇଛି ।ଯେତେବଳେ ସ୍ବପ୍ନ ର ମାନେ ବଦଳି ଯାଇଛି ସେତେବେଳେ ତାକୁ ବାସ୍ତବ ର ଆଖ୍ୟା ଦେଇ ଦେବା ଉଚିତ୍।ମୋ ଦୁନିଆ ରେ ସ୍ଵପ୍ନର ବାସ୍ନା ନାହିଁ କେବଳ ବାସ୍ତବତା ର ରାଜୁତି। ଜୀବନ ର ପ୍ରତିଟି ମୁହୂର୍ତ୍ତ ବାସ୍ତବତା ସହିତ ଜଡିତ। ମଣିଷ ମନର ପ୍ରତିଟି ଅନୁଭବ ଓ ଅନୁଭୂତି ବାସ୍ତବତା ର ପଥର ଖଣ୍ଡ ରେ ପରିଣତ। ସ୍ବପ୍ନ ଓ କଳ୍ପନା ଯେମିତି ଦୁଇଟି ଅବାଞ୍ଛିତ ଅନୁଭବ। ସ୍ବପ୍ନ ଆଉ କଳ୍ପନା ର ମଧୁର ଆଲିଂଗନ୍ କୁ ଫେରି ବାକୁ ଚାହେଁ ନାହିଁ। କାରଣ ସେ ଏବେ ଅସ୍ପୃଶ୍ୟ
ଯିଏ ଦିନେ କଳ୍ପନା ରାଜ୍ୟରେ ଘୁରିବୁଲି ବାକୁ ଭଲ ପାଉ ଥିଲା ସେ ଆଜି ବାସ୍ତବତା କୁ ଜାବୁଡି ଧରି ବଞ୍ଚି ବାକୁ ଚାହୁଁଛି। ସେଥି ପାଇଁ ନିର୍ମଳ ଜହ୍ନ ରାତି ତ ମନରେ ମାଦକତା ଭରି ଦେଉନାହିଁ, ବର୍ଷାର ରିମଝିମ୍ ଶବ୍ଦ ତାକୁ ନିଶାଶକ୍ତ କରୁନି, ସମୁଦ୍ର ର ବେଳାଭୂମି ରେ ଛିଡ଼ା ହୋଇ ତାର ଗଭୀରତା ଭିତରେ ହଜି ଯାଉନି, ଶ୍ରାବଣ ର ପ୍ରଥମ ସ୍ପର୍ଶ ତା ମନରେ କୌଣସି ଅନୁଭବ ଆଙ୍କି ଦେଉନାହିଁ।କାରଣ ଏ ସବୁ ଭିତରେ ସେ କେବଳ ବାସ୍ତବତା କୁ ଖୋଜି ବୁଲୁଛି।
ମନ ଭିତରେ ଅନେକ ଭାବନା ହେଲେ ସବୁକିଛି କହି ହୁଏନା। ପୁଣି କେବେ ନିର୍ଜନ ବେଳାରେ ତୁମ ସହ ଦିନଟିଏ ବାଣ୍ଟିବାକୁ ଚାହିଁ ବି।
ଚିନ୍ମୟୀ ନାୟକ।
Suggestion and share views on:-chinmayeenayak.blog@gmail.com
Wah
ReplyDeleteSo nice
ReplyDeleteBadhiya 👌👌👌
ReplyDeleteToo........good.......well written
ReplyDeleteVery nice
ReplyDeletethanks all...
ReplyDelete