ପ୍ରିୟ ଡାଇରୀ, (ବେଳାଭୂମି ର ଆକର୍ଷଣ)
ପ୍ରିୟ ଡାଇରୀ, ତୁମ ସହ ଦେଖା, ପୁଣି ଏକ ମୁହୂର୍ତ୍ତ କେବଳ ନିଜ ସହିତ ଏକାନ୍ତ ରେ କଟାଇ ବାର ପ୍ରାୟାସ, ପ୍ରିୟ ଧୀରେ ଧୀରେ ଏକାନ୍ତ ସମୟ ଭଲ ଲାଗିଲାଣି। ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ସଭିଁଏ ଅନ୍ଧାରୀ ଗଳି ରୁ ବାହାରି ଦୂର ଆଲୋକ ପଥ ର ଯାତ୍ରୀ ହେଲେଣି। ଅନେକ ଦିନ ପରେ ଏକ ସାଧାରଣ ଜୀବନ ଶୈଳୀ କୁ ଫେରି ବାର ଚେଷ୍ଟା। ଜାଣେ ଏବେବି ଅନିଶ୍ଚିତ ଭବିଷ୍ୟତ ତଥାପି ମୁକ୍ତ ଜୀବନ ର ଆକର୍ଷଣ ମନକୁ ବନ୍ଦୀ କରି ପାରିନି। ସେଥି ପାଇଁ ବେଳାଭୂମି ର ଆକର୍ଷଣ ଟାଣି ନେଲା ଜଗନ୍ନାଥ ଧାମ ପୁରୀ କୁ। ଅନେକ ଦିନ ପରେ ପୁରୀ ଯେମିତି ନୂଆ କରି ସଜେଇ ହୋଇଛି। ବହୁତ୍ କିଛି ବଦଳି ଯାଇଛି ଏଠି। ସଫା ସୁତୁରା ବିସ୍ତୀର୍ଣ୍ଣ ବେଳାଭୂମି, ନିରସ ମନରେ କୁଳ ଛୁଇଁ ଫେରି ଯାଉଛି ଲହଡ଼ି ମାଳ।ତାର ସେ ନିରସତା ର କାରଣ ସଭିଙ୍କୁ ଜଣା। ଗହଳି ଭିତରେ ବଞ୍ଚୁ ଥିବା ମନଟା ନିର୍ଜନ ରେ ବଞ୍ଚିବା କଷ୍ଟକର। ନା ସୁଭୁଛି ବୁଲା ବିକାଳି ଙ୍କ ସ୍ୱର ନା ଲହଡ଼ି ଛୁଇଁ ବାର ପ୍ରାୟାସ ର କୋଳାହଳ। ସବୁ କିଛି ଶୁନଶାନ୍। କେତେଟା ବୁଲା କୁକୁର ଙ୍କୁ ଛାଡ଼ିଦେଲେ ବାକିସବୁ ନୋଳିଆ ସାହିର ପିଲା। ଖାଲି ଖାଲି ଲାଗୁଛି ବେଳାଭୂମି ସଂଲଗ୍ନ ରାସ୍ତା, ଚାରିଆଡ଼େ ଖାଁ ଖାଁ, ନିସ୍ତବତାର ରାଜୁତି। ମନେ ପଡେ ପିଲା ବେଳେ ପୁରୀ ଆସିବା କଥା, ଗାଁ ରୁ...
So nice..so touchy.. excellent..
ReplyDeleteJust wow 👌 I never knew you could write so well. Keep writing 😍
ReplyDeleteWow....very nice
ReplyDeleteThank you
DeleteWow.
ReplyDeleteKeep it up Dee
Keep writing 😊 u can do it very well..all the best..
ReplyDeleteThank you.. encourage me always.
DeleteJuzt mind blowing awsum fantastic fabulous amazing wonderful and unexplainable dee
ReplyDeleteThank you.....
DeleteSubcribe to BLASTER 4 ™
ReplyDelete(YOUTUBE)