Posts

Showing posts from September, 2020

ପ୍ରିୟ ଡାଇରୀ,

Image
 ପ୍ରିୟ ଡାଇରୀ।        ଆଜି ପୁଣି ଥରେ ତୁମ ସହ ଦେଖା।କାଲି ପର୍ଯ୍ୟନ୍ତ ମୁଁ ଏକମାତ୍ର ପାତ୍ର ଥିଲି ମାେ କାହାଣୀ ର। ହେଲେ ଆଜି ଅନେକ ବାନ୍ଧବୀ,ତୁମକୁ ନିଜ ମନ କଥା ମୋ ଲେଖନୀ ମାଧ୍ୟମ ରେ ବାଣ୍ଟିବାକୁ ଚାହୁଁଛନ୍ତି।ଏବେ ତୁମେ କେବଳ ମାେ ପ୍ରିୟ ବାନ୍ଧବୀ ନୁହେଁ,ଆମ ସମସ୍ତଙ୍କର।       ସ୍ବପ୍ନ ,,ଅଞ୍ଜୁଳାଏ ଗଙ୍ଗ ଶିଉଳି ର ଫୁଲ। ରାତିରେ ଫୁଟି ସକାଳୁ ମଉଳି ଯାଏ। ରାତିରେ ଯାହାର ବାସ୍ନା ରେ ଚତୁଃଦିଗ ମହକିତ ହେଉଥିଲା ସକାଳୁ ସକାଳୁ ନିଜକୁ ଅଦରକାରୀ କରିଦେବାର ପ୍ରୟାସ ରେ ଭୂମିଗତ ହୁଏ ତଥାପି ହାରେନି ସେ। ସ୍ବପ୍ନ ଦେଖିବା ଓ ତାକୁ ପୁରା କରିବା ହିଁ ଜୀବନ ଶୈଳୀ ର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଜଣେ ନାରୀ ର ଜୀବନ ଠିକ୍ ସେମିତି।ଯେତେଦିନ ବଞ୍ଚିଛି ଅନ୍ୟର ସୁଖ ସୁବିଧା ପାଇଁ ଚିନ୍ତା କରେ। ସବୁକିଛି ଜାବୁଡ଼ି ଧରି ତା ଭିତରେ ନିଜ ସୁଖ କୁ ଖୋଜି ବୁଲେ।       Lockdown ପାଇଁ ଜୀବନ ଶୈଳୀ ଯେମିତି ବାଟ ରୁ ଯାଇ ଅବାଟ ରେ ପଶିଲାଣି।ରାତି ୧୨ ଟା ରେ ଶୋଇବା ସକାଳୁ ଡେରିରେ ଉଠିବା। ହେଲେ ଗୋଟେ ଗୃହିଣୀ ଯେ ପୂର୍ବରୁ କର୍ମଜୀବୀ ମହିଳା ଥିଲେ ସେ ନିଜର କର୍ମ କ୍ଷେତ୍ର କୁ ସମ୍ପୂର୍ଣ ରୂପରେ  ଭୁଲି ଯିବାକୁ ବସିଲେଣି। ଏବେ ସେ  house manager। ସକାଳୁ ଉଠି ବା ମାତ୍ରେ ଖାଲି କାମ ଛଡ଼ା ଅନ୍ୟ କିଛି ଦେଖା ଯାଉନଥାଏ। ପରିବାର ଲୋକେ ଏବେ mother's sp...

DEAR DIARY........

Image
  ପ୍ରିୟ ଡାଇରୀ,        ମେଘାଚ୍ଛନ୍ନ ଆକାଶ, କେମିତି ଗୁମ୍ କରି ରହିଛି। ସାରା ସଂସାର ଟା ନିସ୍ତବ୍ଧ,ବହୁଦୂରେ କେଉଁଠି  ବିଜୁଳି ର ଚମକ, ହେଲେ ଘଡ଼ଘଡ଼ି ର ଶବ୍ଦ ନାହିଁ। ପକ୍ଷୀ ମାନେ ଅନେକ ବେଳୁ ନିଜ ନିଜ ନିଡ କୁ ଫେରି ଗଲେଣି। ସେଥିପାଇଁ ବୋଧେ କିଚିରି ମିଚିରି ଶବ୍ଦ ର ଗୁଞ୍ଜରଣ ନାହିଁ। ରାସ୍ତା ଘାଟ ଜନଶୂନ୍ୟ । ବୁଲା କୁକୁରଙ୍କ ବିକଟାଳ ସ୍ୱର ମନରେ ଭୟର ବାତାବରଣ ସୃଷ୍ଟି କରୁଛି।   ରାତି ଅନେକ ହେଲାଣି ହେଲେ ଅଭିମାନୀ ନିଦର ଦେଖାନାହିଁ। ଆଖି ବୁଝି ସୋଇ ବାକୁ ଚେଷ୍ଠା। ହେଲେ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ର ଲୁଚକାଳି ଖେଳିବାର କୋଳାହଳ ଶବ୍ଦରେ ମନ ଟା ବ୍ୟତିବ୍ୟସ୍ତ ।ହାତ ବଢ଼େଇ ଅତୀତ ର ପୃଷ୍ଠା କୁ ଓଲଟାଇ ବାକୁ ଚେଷ୍ଠା କଲି। ଫର୍ଦ୍ଦ ଫର୍ଦ୍ଦ ହୋଇ ପଛକୁ ଫେରି ଚାଲିଲା ସମୟ ଏକଦମ୍ ଅଣନିଶ୍ୱାସି ହୋଇ। ଅତୀତର ପୃଷ୍ଠା ରୁ ଫର୍ଦ୍ଦ ଟିଏ କେବଳ ତୁମ ପାଇଁ। ଅନେକ ଚେଷ୍ଠା କରିଛି, ଧୂସରିତ ଅତୀତ କୁ ବୁଲି ଚାହିଁ ବାକୁ। ସତରେ କଣ ତା ସମ୍ଭବ, ପାଦରେ ମନରେ ଅନ୍ୟ କେହି ନୁହେଁ ବରଂ ନିଜେ ଶିକୁଳି ବାନ୍ଧି ନିଜକୁ ବନ୍ଦୀ କରି ରଖିଛେ। ମନକୁ ସାନ୍ତ୍ଵନା ଦେବା ପାଇଁ ଅନେକ ବାହାନା , ଅନେକ ଦୋଷାରୋପ କରିଥାଉ।        ବାପା ଘର ଶାଶୂ ଘର ଠିକ୍ ଅତୀତ ଓ ବର୍ତମାନ ପରି। ଅନେକ ଥର ଭାବିଛି ବର୍ତ୍ତମାନ ରେ ବଞ୍ଚିବା ପାଇଁ ଓ ଅତୀତକୁ ଧୂଳିର ଆସ୍ତରଣ ଢାକି ...

DEAR DIARY........

Image
 ଚିନ୍ମୟୀ ନାୟକ Suggestion and share views on chinmayeenayak.blog@gmail.com

DEAR DIARY( 5.9.2020)

Image