ପ୍ରିୟ ଡାଇରୀ,


 ପ୍ରିୟ ଡାଇରୀ।

       ଆଜି ପୁଣି ଥରେ ତୁମ ସହ ଦେଖା।କାଲି ପର୍ଯ୍ୟନ୍ତ ମୁଁ ଏକମାତ୍ର ପାତ୍ର ଥିଲି ମାେ କାହାଣୀ ର। ହେଲେ ଆଜି ଅନେକ ବାନ୍ଧବୀ,ତୁମକୁ ନିଜ ମନ କଥା ମୋ ଲେଖନୀ ମାଧ୍ୟମ ରେ ବାଣ୍ଟିବାକୁ ଚାହୁଁଛନ୍ତି।ଏବେ ତୁମେ କେବଳ ମାେ ପ୍ରିୟ ବାନ୍ଧବୀ ନୁହେଁ,ଆମ ସମସ୍ତଙ୍କର।

      ସ୍ବପ୍ନ ,,ଅଞ୍ଜୁଳାଏ ଗଙ୍ଗ ଶିଉଳି ର ଫୁଲ। ରାତିରେ ଫୁଟି ସକାଳୁ ମଉଳି ଯାଏ। ରାତିରେ ଯାହାର ବାସ୍ନା ରେ ଚତୁଃଦିଗ ମହକିତ ହେଉଥିଲା ସକାଳୁ ସକାଳୁ ନିଜକୁ ଅଦରକାରୀ କରିଦେବାର ପ୍ରୟାସ ରେ ଭୂମିଗତ ହୁଏ ତଥାପି ହାରେନି ସେ। ସ୍ବପ୍ନ ଦେଖିବା ଓ ତାକୁ ପୁରା କରିବା ହିଁ ଜୀବନ ଶୈଳୀ ର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଜଣେ ନାରୀ ର ଜୀବନ ଠିକ୍ ସେମିତି।ଯେତେଦିନ ବଞ୍ଚିଛି ଅନ୍ୟର ସୁଖ ସୁବିଧା ପାଇଁ ଚିନ୍ତା କରେ। ସବୁକିଛି ଜାବୁଡ଼ି ଧରି ତା ଭିତରେ ନିଜ ସୁଖ କୁ ଖୋଜି ବୁଲେ।

      Lockdown ପାଇଁ ଜୀବନ ଶୈଳୀ ଯେମିତି ବାଟ ରୁ ଯାଇ ଅବାଟ ରେ ପଶିଲାଣି।ରାତି ୧୨ ଟା ରେ ଶୋଇବା ସକାଳୁ ଡେରିରେ ଉଠିବା। ହେଲେ ଗୋଟେ ଗୃହିଣୀ ଯେ ପୂର୍ବରୁ କର୍ମଜୀବୀ ମହିଳା ଥିଲେ ସେ ନିଜର କର୍ମ କ୍ଷେତ୍ର କୁ ସମ୍ପୂର୍ଣ ରୂପରେ  ଭୁଲି ଯିବାକୁ ବସିଲେଣି। ଏବେ ସେ  house manager। ସକାଳୁ ଉଠି ବା ମାତ୍ରେ ଖାଲି କାମ ଛଡ଼ା ଅନ୍ୟ କିଛି ଦେଖା ଯାଉନଥାଏ। ପରିବାର ଲୋକେ ଏବେ mother's special hotel ର ଅତିଥି। ସକାଳ ଜଳଖିଆ କୌଣସି ମତେ ସାଧାରଣ ହୋଇପାରିବ ନାହିଁ। ପୁରୀ ଛୋଲେ, ଇଡିଲି ସମ୍ବର ତା ସାଙ୍ଗରେ green chutney, ଉପମା ସାଙ୍ଗରେ ଆଳୁ ତରକାରୀ,ଯଦି ଆଳୁ ପରଟା ତାହେଲେ sezwan chutney ରେ ଚଳେଇ ଦେବା। ତା ଭିତରେ ଦୁଇ ଥର ସ୍ପେଶଲ୍ ଚା।ଏଥିରୁ ଖରାବେଳ ଓ ରାତି ଖାଇବା ଅନୁମେୟ।

      ଏବେ ପିଲା ର Half early exam ଚାଲିଛି।tv ରେ serial ବନ୍ଦ୍। ଫୋନ୍ ରେ what's app chat ବନ୍ଦ୍। ଭଉଣୀ ମାନଙ୍କୁ ଫୋନ୍ କରି ଆଡୁ ସାଡୁ ଗପିଦେଲେ ପୁରା ଦିନ ଥକା ମେଣ୍ଟି ଯାଏ ଏବେ ସେ ସବୁ ବନ୍ଦ।  ପିଲା ଯଦି ନିଜେ ପଢି ପାରୁଛି ତାହେଲେ ଇଶ୍ୱରଙ୍କ ଆଶିର୍ବାଦ ନହେଲେ ମୁଣ୍ଡ ବିନ୍ଧା ର କାରଣ। ଏଇଠି ହୁଏ ଧର୍ଯ୍ୟ ର ପରୀକ୍ଷା। ଦାନ୍ତ କାମୁଡି ନିଜ ରାଗ କୁ ନିଜଭିତରେ ଚାପି ରଖି କୁତ୍ରିମ ହସ ଦେଖାଇବାକୁ ପଡ଼େ।   lockdown ସାଧାରଣ ଗୃହିଣୀ କୁ ଅସାଧାରଣ ରେ ପରିଣତ କରି ସାରିଲାଣି।ସେ ଏକା ଧାରାରେ master chef ,doctor ,teacher , maid, dietitian financial advisor, counsellor ପାଲଟି ଯାଇଛି। ଗୋଟିଏ ଦିନରେ ୧୦୦ ପ୍ରଶ୍ନର ଉତ୍ତର ଭାବି ଭାବି ମୁଣ୍ଡ ଏବେ ତୀକ୍ଷ୍ମ ଭାବେ କାମ କରୁଛି। ପିଲା ଙ୍କ କଥା ନକହିବା ଭଲ। ଏମିତି ଆଉ କିଛିଦିନ ଚାଲିଲେ ସେ ନିଜେ ଚନ୍ଦ୍ର ଯାନ ତିଆରି କରି ପାରିବ।

         ଆଉ ନୁହେଁ ଏତିକି ରେ ଶେଷ କରିବି।କଥା ତ ଅନେକ ବାକି , କହିଥିଲି ନା, ଲେଖିଲେ ପୋଥି ହେଇଯିବ, ଜାଣେ ତୁମ ସହ ଗପିଲା ବେଳେ ଶବ୍ଦ ର ଅଭାବ ନଥାଏ, ଥାଏ ସମୟ ର ଅଭାବ। ତଥାପି ବାକିସବୁ ଆରଥରକୁ।ମାେ ପ୍ରିୟ ବାନ୍ଧବୀ ମୋ ଡାଇରୀ..... 

ଚିନ୍ମୟୀ ନାୟକ

Subscribe and share views on 

chinmayeenayak.blog@gmail.com

     

     

       


Comments

  1. It's getting better and better day by day touching...everyone can relate to it . keep writing 😍

    ReplyDelete
  2. Nice script and description 👍😊

    ReplyDelete

Post a Comment

Popular posts from this blog

ପ୍ରିୟ ଡାଇରୀ, (ବେଳାଭୂମି ର ଆକର୍ଷଣ)

ପ୍ରିୟ ଡାଇରୀ,