DEAR DIARY........

 



















ପ୍ରିୟ ଡାଇରୀ,

       ମେଘାଚ୍ଛନ୍ନ ଆକାଶ, କେମିତି ଗୁମ୍ କରି ରହିଛି। ସାରା ସଂସାର ଟା ନିସ୍ତବ୍ଧ,ବହୁଦୂରେ କେଉଁଠି  ବିଜୁଳି ର ଚମକ, ହେଲେ ଘଡ଼ଘଡ଼ି ର ଶବ୍ଦ ନାହିଁ। ପକ୍ଷୀ ମାନେ ଅନେକ ବେଳୁ ନିଜ ନିଜ ନିଡ କୁ ଫେରି ଗଲେଣି। ସେଥିପାଇଁ ବୋଧେ କିଚିରି ମିଚିରି ଶବ୍ଦ ର ଗୁଞ୍ଜରଣ ନାହିଁ। ରାସ୍ତା ଘାଟ ଜନଶୂନ୍ୟ । ବୁଲା କୁକୁରଙ୍କ ବିକଟାଳ ସ୍ୱର ମନରେ ଭୟର ବାତାବରଣ ସୃଷ୍ଟି କରୁଛି।
  ରାତି ଅନେକ ହେଲାଣି ହେଲେ ଅଭିମାନୀ ନିଦର ଦେଖାନାହିଁ। ଆଖି ବୁଝି ସୋଇ ବାକୁ ଚେଷ୍ଠା। ହେଲେ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ର ଲୁଚକାଳି ଖେଳିବାର କୋଳାହଳ ଶବ୍ଦରେ ମନ ଟା ବ୍ୟତିବ୍ୟସ୍ତ ।ହାତ ବଢ଼େଇ ଅତୀତ ର ପୃଷ୍ଠା କୁ ଓଲଟାଇ ବାକୁ ଚେଷ୍ଠା କଲି। ଫର୍ଦ୍ଦ ଫର୍ଦ୍ଦ ହୋଇ ପଛକୁ ଫେରି ଚାଲିଲା ସମୟ ଏକଦମ୍ ଅଣନିଶ୍ୱାସି ହୋଇ। ଅତୀତର ପୃଷ୍ଠା ରୁ ଫର୍ଦ୍ଦ ଟିଏ କେବଳ ତୁମ ପାଇଁ। ଅନେକ ଚେଷ୍ଠା କରିଛି, ଧୂସରିତ ଅତୀତ କୁ ବୁଲି ଚାହିଁ ବାକୁ। ସତରେ କଣ ତା ସମ୍ଭବ, ପାଦରେ ମନରେ ଅନ୍ୟ କେହି ନୁହେଁ ବରଂ ନିଜେ ଶିକୁଳି ବାନ୍ଧି ନିଜକୁ ବନ୍ଦୀ କରି ରଖିଛେ। ମନକୁ ସାନ୍ତ୍ଵନା ଦେବା ପାଇଁ ଅନେକ ବାହାନା , ଅନେକ ଦୋଷାରୋପ କରିଥାଉ।
       ବାପା ଘର ଶାଶୂ ଘର ଠିକ୍ ଅତୀତ ଓ ବର୍ତମାନ ପରି। ଅନେକ ଥର ଭାବିଛି ବର୍ତ୍ତମାନ ରେ ବଞ୍ଚିବା ପାଇଁ ଓ ଅତୀତକୁ ଧୂଳିର ଆସ୍ତରଣ ଢାକି ଦେବାକୁ। ହେଲେ ଆଖିର କୋଣ ରେ ଲୁହ ଟୋପେ ଧୋଇ ଦିଏ ସେ ସବୁ ପ୍ରତିଜ୍ଞା କୁ। ସେଇଠୀ ରାଗ ଅଭିମାନ ର ମୂଲ୍ୟ ବହୁତ୍। ଗୋଟିଏ ବେଳା ଉପାସରେ ଘର ଉଠ ପଡ ହୁଏ। ଆଉ ଏଠି ଅଭିମାନ ଭାଙ୍ଗି ଭାଙ୍ଗି ଦିନ କଟିଯାଏ। ସେଠୀ କଥା କହିବା ପାଇଁ ନା ରୋକ୍ ନା ଟୋକ ଏଠି ଅତିକମ୍ ରେ ଶହେ ଥର ଭାବି ବାକୁ ପଡେ।ସେଇଠି ଦିନ ଯାକ ବକର ବକର ରେ କିଛି ମୂଲ୍ୟ ନଥାଏ ଆଉ ଏଠି ପଦେ କଥା ର ଅନେକ ମୂଲ୍ୟ ଦେବାକୁ ପଡିଥାଏ।
      ନିଜର ଅଭିନୟକୁ ନିଖୁଣ କରିବାକୁ ଯାଇ ଅନେକ ଥର କଣ୍ଟା ର ରାସ୍ତା ବାଛି ନେଇଛି।ମନ କୁ ତାଲା ବନ୍ଦ୍ ସିଦୁକରେ ବନ୍ଦ୍ କରି ରଖିଛି।ସତରେ କଣ ମାେ ବିନା ସବୁକିଛି ଅସଜଡା।ନା ମୁଁ ଜାଣି ଜାଣି ଭ୍ରମରେ ବଞ୍ଚୁଚି। ଜାଣେ ,ବାସ୍ତବକୁ ଦେଖି ମଧ୍ୟ ଅନେକ ଥର ଅଣଦେଖା କରିଛି। କେବଳ ମୁଁ ନୁହେଁ ଏମିତି ଅନେକ କୁଁ ଦେଖିଛି ସ୍ୱପ୍ନର ଖୋଳପା ଭିତରେ ନିଜକୁ ଘୋଡାଇ ରଖନ୍ତି। ଆଧୁନିକତାର ପରିପାଟୀ ରେ ଅନ୍ୟକୁ ଧୋକା ଦେଇ ନିଜକୁ ସବାସି ଦିଅନ୍ତି। ଆଧୁନିକ ଚିନ୍ତଧାରାର ଡେଙ୍ଗୁରା ପିଟୁଥିବା କଣ୍ଢେଇ ସାଜି ଘୁରି ବୁଲୁଛନ୍ତି।ସତରେ କ'ଣ ସେମାନେ ଜୀବନ ବାସ୍ତବତା ଠାରୁ ଅନେକ ଦୂରରେ।ନା ଏସବୁ ଏକ ଅଭିନୟ।
       ସଂସାର ର ବୋଝ ମୁଣ୍ଡାଇଥିବା ଥିବା ମଣିଷ କୁ ଦୁଇଟି ହାତ ବଦଳରେ ଦଶ ହାତ ଦେବା ଦରକାର ଥିଲା ଠିକ ରାବଣ ପରି। ଦଶ ହାତ ଦଶ ମୁଣ୍ଡ ଥିଲେ Gas ରେ ବସିଥିବ କ୍ଷୀର ଉତୁରି 
ପଡନ୍ତା ନାହିଁ, ଛାତରେ ଶୁଖୁଥିବା ଲୁଗା ଓଦାହୋଇ ଯାଆନ୍ତା ନାହିଁ, ପିଲାର fruits day, vegetables day ଭୁଲି ହୁଅନ୍ତା ନାହିଁ, office ବାହାରିବା ପୂର୍ବରୁ ରୁମାଲ୍ ଲୁଚକାଳି ଖେଳ ଆରମ୍ଭ କରନ୍ତା ନାହିଁ, ଆଜିକାଲି ମାସ୍କ.... ସେ ପୁଣି ନୂଆ tenson। ସବୁ କିଛି ସଜାଡି ଦେବା ର ପ୍ରୟାସ ରେ ଯେମିତି ସବୁକିଛି ଅସଜଡା।
      ଏମିତି ଅନେକ କଥା, ଲେଖୁ ଥିଲେ ପୋଥି ହୋଇ ବାହାରିବ। ଆଜି ପାଇଁ ଏତିକି, ତୁମକୁ ଧନ୍ୟବାଦ୍ ମୋ ଅନୁଭୂତି ସବୁ ଧଯ୍ୟ ର ସହ ଶୁଣି ଥିବାରୁ। ତୁମକୁ ଧନ୍ୟବାଦ୍ ମାେ ପ୍ରିୟ ବାନ୍ଧବୀ ମାେ ଡାଇରୀ।                         
   ଚିନ୍ମୟୀ ନାୟକ,
Subscribe and share views on
chinmayeenayak.blog@gmail.com

Comments

  1. Till date best one ! Pratyek bibahita nari ra mana katha khub sundar bhabe upasthapita heichi... bahut bhala

    ReplyDelete

Post a Comment

Popular posts from this blog

ପ୍ରିୟ ଡାଇରୀ, (ବେଳାଭୂମି ର ଆକର୍ଷଣ)

ପ୍ରିୟ ଡାଇରୀ,