ପ୍ରିୟ ଡାଇରୀ,
ପ୍ରିୟ ଡାଇରୀ,
ତୁମ ସହ କଥା ହେବା ଯେମିତି ଏକ ଅଭ୍ୟାସ ରେ ପରିଣତ ହୋଇ ଗଲାଣି। ଏଣୁ ତେଣୁ ଗୁଡିକ ନ ଗପିଲେ ମନ ଶାନ୍ତି ହୁଏନି। ବେଳେ ବେଳେ ଅନେକ କାହାଣୀ ମନର ଝରକା ଦେଇ ହୃଦୟ କୁ ପଶି ଆସନ୍ତି। ଅନେକ ଚରିତ୍ର ଏଠି ନିଜ ନିଜ ରେ ନିଖୁଣ ଅଭିନୟ କରନ୍ତି। ତା ଭିତରେ ହଜି ଯିବାକୁ ମନ ହୁଏ।ମାେ ଭିତରେ ଏକାଧିକ ଚରିତ୍ର ର ଅନୁଭବ। ସବୁ ଜାଗାରେ ନିଜକୁ ପ୍ରତିପାଦିତ କଲା ବେଳେ କେଉଁଠି ନା କେଉଁଠି ଭୁଲ ହୋଇଯାଏ।ଏଇ ଯେମିତି English medium schools ରେ ପଢୁଥିବା ପିଲା ର ସ୍ମାର୍ଟ୍ ମା।ତୁମେ ତ ଜାଣ ଗୋଟେ house manager ର କାମ। ଡିଉଟି ୨୪ ଘଣ୍ଟିଆ।ରାତିରେ ନିଦରେ ବାଉଳି ହୁଏ ସକାଳୁ ଉଠିଲା ବେଳକୁ ପିଲାର ସ୍କୁଲ୍ bus stop ରୁ ଛାଡ଼ି ଦଉଛି। husband meeting ଯିବାକୁ ବସିଲେଣି ହେଲେ white shirt ଟା ମିଳୁନି।ନିଦ ଭାଙ୍ଗିଲା ବେଳକୁ ଦେଖେ ଏ ସବୁ ସ୍ବପ୍ନ ଥିଲା। ମନରେ ଡର ବସିଯାଏ। ସକାଳ ପର୍ଯ୍ୟନ୍ତ ଆଖିକୁ ନିଦ ଆସେନାହିଁ।
ଏବେ ମା ମାନକୁ ଡବଲ୍ ସ୍ମାର୍ଟ୍ ହେବା ଦରକାର mobile ଜ୍ଞାନ ସାଙ୍ଗରେ କମ୍ପ୍ୟୁଟର୍ ଜ୍ଞାନ ଆସିବା ଦରକାର। ସ୍କୁଲ୍ ରୁ ହଜାରେ ପ୍ରୋଜେକ୍ଟ ମିଳେ ଜଣା ନାହିଁ ଏସବୁ ପିଲା ପାଇଁ ନା ମାଆ ର skill ଦେଖିବା ପାଇଁ। ଏବେ ଭାବୁଛି ମା ଯଦି ପାଠ ପଢୁଆ ନହେବ ତା ପିଲା ସମ୍ପୂର୍ଣ ମୂର୍ଖ ହେବେ।ହେଲେ ମାେ ଜେଜେ ମା କୁ ଦେଖିଲେ ନିଜକୁ ନିଜେ ଭୁଲ୍ ପ୍ରମାଣିତ କରେ।ଯଦି ଘରେ କମ୍ପ୍ୟୁଟର୍ ଅଛି ତାହେଲେ ଠିକ୍ ନହେଲେ cyber cafe ସମ୍ମାନରେ ଘଣ୍ଟା ଘଣ୍ଟା ଧରି ଠିଆ ହେବାକୁ ପଡ଼େ । ଏତେ ସବୁ ପରେ ଯଦି ପ୍ରୋଜେକ୍ଟ ଭଲ ନ ଲାଗିଲା ପିଲା ର ଯେଉଁ କଟାକ୍ଷ ଚାହାଣି ତାକୁ ମୁଣ୍ଡ ପାତି ସହି ନବାକୁ ପଡ଼େ।ତା ସହିତ rhymes compitition, story'telling compitition।ଲାଗେ ଯେମିତି ମା dancer ଆଉ singer ହେବା ମଧ୍ୟ ଦରକାର। ପ୍ରଥମେ rhymes କୁ ପ୍ରାଞ୍ଜଳ ଭାବେ ମନେ ରଖିବା ତାପରେ ପ୍ରତି ମୁହୂର୍ତ୍ତ ରେ ଅଭ୍ୟାସ କରାଇବା। ଏମିତି କି ପିଲା wash room ରେ ଥିଲା ବେଳେ ମଧ୍ୟ।
ଏତେ ସବୁ ପରେ ମଧ୍ୟ ମା ଥକି ଯାଏଁ ନାହିଁ। ଯଦି ଘରକୁ tution teacher ଆସୁଛନ୍ତି ତାହେଲେ ଭାଗ୍ୟବାନ, ନହେଲେ ଦୁଇ ଦୁଇଟି Tution ପାଇଁ ଧାଁ ଧପଡ କରିବା ପାଇଁ ପଡ଼େ। Saturday and Sunday ଗୁଡାଏ activities କ୍ଲାସ୍। ସଫଳତା ର ଦୌଡ଼ ରେ ସାମିଲ ହେବାକୁ ପଡିବ ପିଲାର ଇଛା ଥାଉ କି ନଥାଉ। ଆମେ ଧୀରେ ଧୀରେ ସାଧାରଣ ମଣିଷ ରୁ machine ହେବାକୁ ବସିଲେଣି।ଆଉ ପିଲାଙ୍କୁ machine କରି ଦେବାକୁ ଚେଷ୍ଟା କରୁଛନ୍ତି। ଏଠି education ନା ରେ Robot ତିଆରି ଚାଲିଛି ନୈତିକ ମୂଲ୍ୟବୋଧ କଣ ଧୀରେ ଧୀରେ ଭୁଲି ଯିବାକୁ ବସିଲେଣି। ସମୟ ସହିତ ବଦଳି ଯିବା ଏକଦମ ଠିକ ହେଲେ ନିଜର ଅସ୍ତିତ୍ବ କୁ ନ ହରାଇ।
ସକାଳୁ ରାତି ଯାଏ ଦୌଡି ଦୌଡି ଯେତେ ବେଳେ ଶରୀର ଓ ମନ ଥକା ହୋଇଯାଏ ସେତେବେଳେ ଖଟ ଟା ଉପରେ ପଡ଼ି ଭାବେ ସତରେ କଣ ଏସବୁ ମାେ ବିନା ସମ୍ଭବ ହୋଇ ପାରିବ। ଗୋଟିଏ ଦିନ ଦେହାଖରାପ୍ ହେଲେ ଯେମିତି ଘରଟା ଅସ୍ତବ୍ୟସ୍ତ ହୋଇ ପଡ଼େ। ଅସଜଡ଼ା ଘରକୁ ଦେଖିଲେ ଲାଗେ ଜୀବନ ବି ଅସଜଡା। ମୋର ଏ ଅନୁଭବ ସବୁ ସତ ନା ମୁଁ ଭ୍ରମ ରେ ବଞ୍ଚିଛି।
ସେସବୁ ଭାବିଲେ ହୁଏତ ମୁଁ ମୋ କର୍ତ୍ତବ୍ୟ ସମ୍ପାଦନ କରି ପାରିବି ନାହିଁ।
ଲେଖୁ ଥିଲେ ଲେଖୁ ଥିବି।ରାତି ଅନେକ ହେଲାଣି, ଘଣ୍ଟା କଣ୍ଟା ଟିକ ଟିକ କରି ସମୟ ସୂଚାଇ ଦେଲାଣି। ଆଜି ପାଇଁ ଏତିକି, ମୋ ପ୍ରିୟ ବାନ୍ଧବୀ ମାେ ଡାଇରୀ...........
ଚିନ୍ମୟୀ ନାୟକ
Subscribe and share views on
chinmayeenayak.blog@gmail.com
So practical things are written in less lines ....go ahead Mam it's very nice....👍👍👍
ReplyDeleteBadhiya 👌👌👌
ReplyDelete