ପ୍ରିୟ ଡାଇରୀ.......


 ପ୍ରିୟ ଡାଇରୀ,

      ଆଶ୍ୱିନ ଧରାବତଣ କରିଛି। ଚାରିଆଡ଼େ ବର୍ଷା, ଶୀତ, ଖରା ର ମିଶ୍ରିତ ପରିବେଶ। ସକାଳେ ଚିକ ଚୀକ୍ ଖରା, ପୁଣି ଘଡ଼ିଏ ପରେ କଳା ଭସା ବାଦଲ ରୁ ଖଣ୍ଡେ ଆଉ ସନ୍ଧ୍ୟା ବେଳକୁ ହାଲକା ଶୀତ। ଶରୀର ଓ ମନ କୁ ସୁହାଇଲା ଭଳି ପାଗ। ଏମିତି ପରିବେଶ ରେ ଚା କପ୍ ଟିଏ ଧରି ବସିଲେ କେବଳ ତୁମେ ମନେ ପଡ । ତୁମ ସହିତ ଦୁଇ ପଦ କଥା, ବାସ୍ ଆଉ କଣ ଦରକାର। କାଲି ଏତେ ଦିନ ପରେ ଲତିକା ଆସିଥିଲା,ପାଖରେ ରୁହେ ହେଲେ ସମୟ ଅଭାବରୁ ରୀତିମତ ଦେଖା ହୋଇ ପାରେନା।ଦୁଇ ସାଙ୍ଗ ବସି ଚା ର ଚୁଷ୍କି ସାଙ୍ଗରେ ଅତୀତର ତିରିଶି ବର୍ଷ କ୍ଷଣିକେ ଗପି ପକାଇଲୁ।
    ସତରେ ୟାଭିତରେ ୩୦ ବର୍ଷ କଟି ଗଲାଣି,ହେଲେ ଏଇତ କାଲି ପରି ଲାଗୁଛି। ସତରେ ସମୟ ୧୦୦୦ ସ୍ପିଡ୍ ରେ ଆଉ ଆମେ ୧୦୦ ସ୍ପିଡ୍ ସେଥିପାଇଁ ଥକି ଯାଉଛୁ। ସ୍କୁଲ୍ ପଛ ପଟ ଖେଳ ପଡିଆ ରେ ଖଟା ଚକଟା, ତାଟିଆରେ ପାଞ୍ଚ ଜଣଙ୍କ ହାତ,ସ୍କୁଲ୍ ରୁ ଫେରିବା ବାଟରେ ବରକୋଳି ଚୋରି ଏସବୁ ମନେ ପଡ଼ିଲେ ଏବେବି ହସ ଲାଗେ।ସତରେ ତାକୁ ହିଁ କୁହାଯିବ ଗୋଲ୍ଡେନ ଟାଇମ୍। ସକାଳୁ ରାତି ପର୍ଯ୍ୟନ୍ତ ମଉଜ ମଜଳିଶ୍, ସୁଖ ଦୁଃଖ ଏକା ପରି ଏ ଘଡିକି ଆସିଲେ ଆର ଘଢ଼ି କୁ ନାହିଁ।ହେଲେ ଏବେ ସେ ସମୟ କାହିଁ।ଏବେକାର ସମୟ ଆକାଶ ପାତାଳ ଫରକ୍।ଲତିକା ଜଣେ ଗୃହିଣୀ, ତା ପରିବାର ତା ପାଇଁ ଏକ ଛୋଟ ଦୁନିଆ।ତାର ସେ ଛୋଟ ଦୁନିଆ କୁ ସରସ ସୁନ୍ଦର କରିବା ପାଇଁ ତାର ଅନେକ ପ୍ରାୟାସ।ଏତେ ଦିନର ବ୍ୟବଧାନ ପରେ ତାର ମାେ ସହିତ ଦେଖା। 
        ଲତିକା ତା କଥା କହିବା ଆରମ୍ଭ କଲା........ସକାଳୁ ଆଲାରାମ୍ ତ ବାଜୁଛି।ହେଲେ ହାତ ବୁଲେଇ ବନ୍ଦ୍ କରିବାର ଧର୍ଯ୍ୟ ନାହିଁ।ଆଉ ଟିକେ ଶୋଇବାକୁ ଈଛା।ହେଲେ ସମ୍ଭଵ ନୁହେଁ। କାଲି ପରଟା ସେମିତି ଫେରିଥିଲା ଟିଫିନ୍ ରେ ଘରକୁ।ଆଜି କିଛି ନୂଆ ଦରକାର।ଏକଦମ୍ ନୂଆ,ନହେଲେ ଆଜି ବି ବିନା ଖାଇବାରେ ଫେରିବେ ଅଫିସ୍ ରୁ। ସ୍କୁଲ୍ ରେ ହେଲଦି ଟିଫିନ୍ ଛଡ଼ା ଅନ୍ୟ କିଛି ଦିଆ ଯାଇ ପାରିବନି।ସକାଳୁ ଉଠି ତାକୁ ଚିନ୍ତା କରିବାକୁ ଆଉ ୧୦ ମିନିଟ ଅଧିକା ଲାଗେ।ସୌମ୍ୟା miss କହି ଛନ୍ତି only healthy tifin,no oily and junk food are allowed। ଏ ସବୁ ମା ପାଇ ଏକ ପ୍ରକାର task। ଗୋଟେ ସ୍ମାର୍ଟ୍ ମା ପାଇ ଏସବୁ ଜାଣିବା ନିହାତି ଦରକାର।salad day, fruits day,idili day ଏମିତି five working days, ଖାଲି କାକୁଡି ଟମାଟୋ ସାଲାଡ଼ ନେଲେ ମାେ ଝିଅ କୁ ଭାରୀ ଲାଜ ଲାଗେ।ସବୁ କିଛି ପେର୍ଫେକ୍ଟ୍ କରି ବାକୁ ଚେଷ୍ଟା କରୁଛି ହେଲେ କେଁଉଁଟି ଟିକେ ଭୁଲ୍ ରହି ଯାଉଛି। ଏବେତ lockdown ଏସବୁରୁ ଟିକେ ନିସ୍ତାର। ପିଲାଟା ଘରେ ରହି ରହି କେମିତି ଚିଡଚିଡ ହେଇ ଯାଇଚି। ପ୍ରତିଟି କଥାରେ ଜିଦି। 
       ଏ ସବୁ ପରେ ଜଣେ ସ୍ତ୍ରୀ ଲୋକ ପାଇଁ କଣ ରୋଷେଇ ହେବ ଜୀବନ ର ସବୁଠୁ ବଡ଼ ପ୍ରଶ୍ନ। ସବୁ କାମ ସାରି ଶୋଇବାକୁ ଗଲା ବେଳେ କାଲି କଣ ରୋଷେଇ ହେବ ସେ କଥା ଭାବି ଆଖିରୁ ନିଦ ହଜି ଯାଉଛି। ପାଞ୍ଚ ଜଣଙ୍କ ପାଞ୍ଚ ପ୍ରକାର ପସନ୍ଦ। ଯାହା ଝିଅ କୁ ପସନ୍ଦ ତାହା ତା ପାପା କୁ ପସନ୍ଦ ନୁହେଁ ଯାହା ସେମାନଙ୍କୁ ପସନ୍ଦ ତାହା ଶାଶୂ ଙ୍କୁ ପସନ୍ଦ ନୁହେଁ। ସମସ୍ତଙ୍କ ମନଲାଖି ରାନ୍ଧିବା ଏକ ବଡ଼ ସମସ୍ୟା। ବର୍ତ୍ତମାନ ସମୟ ରେ ସବୁଠୁ ଅଧିକ ସମୟ ରୋଷଇଶାଳାରେ କଟୁଛି।ତା କଥା ଶୁଣି ଲାଗିଲା ଯେମିତି ଏ କାହାଣୀ ଏକା ତାର ନୁହେଁ ପ୍ରତିଟି ଗୃହିଣୀ ର। ସମୟ ସହିତ ପ୍ରତି ମୁହୂର୍ତ୍ତ ରେ ନିଜକୁ ବଦଳେଇ ବାକୁ ପଡିବ। ନ ହେଲେ ଅନେକ ପଛରେ ରହିଯିବା।ଜୀବନ ର ପ୍ରତିଟି ମୁହୂର୍ତ୍ତ କେବଳ ଦାୟିତ୍ଵ ବୋଧର ପ୍ରତୀକ ସାଜି କଟି ଯାଉଛି। କିଛି ମୁହୂର୍ତ୍ତ ନିଜ ପାଇଁ ଚୋରି କରିବା କୁ ପଡିବ।
      ସେଦିନ ଲତିକା ତ ଫେରିଗଲା ହେଲେ ତାର ପ୍ରତିଟି କଥା ମାେ ଦୁନିଆ ର କାହାଣୀ ସହିତ ମେଳ ଖାଉ ଥିଲା। କେବଳ ମାେ ର ନୁହେଁ ଏତ ପ୍ରତିଟି ଘରର କାହାଣୀ।ତୁମେ ଜାଣ ତୁମ ସହିତ କଥା ହେଲା ବେଳେ ସମୟ ର ହୋଷ ନଥାଏ ,ରାତି ଅନେକ ହେଲାଣି ତୁମ ଠାରୁ ବିଦାୟ ମୋ ପ୍ରିୟ ବାନ୍ଧବୀ ମାେ ଡାଇରୀ.........
ଚିନ୍ମୟୀ ନାୟକ
Subscribe and share views on chinmayeenayak.blog@gmail.com

Comments

Popular posts from this blog

ପ୍ରିୟ ଡାଇରୀ, (ବେଳାଭୂମି ର ଆକର୍ଷଣ)

ପ୍ରିୟ ଡାଇରୀ,