Posts

Showing posts from November, 2020

ପ୍ରିୟ ଡାଇରୀ (food court)

Image
 ପ୍ରିୟ ଡାଇରୀ,          ତୁମ ସହ ଦେଖା ଯେମିତି ମୋ ପାଇଁ ନିଦାଘ ରେ ଅସରାଏ ବର୍ଷା। ସପ୍ତାହ ର ଛ ଦିନ ମୁଁ ତୁମ କୁ ଅପେକ୍ଷା କରେ, ମନ ଭିତରେ ଦଳି ମନ୍ଥି ହେଉ ଥିବା ଭାବନା ସବୁ ତୁମ ଆଗେ ବଖାଣି ବା ପାଇଁ। ଶେଷରେ ତୁମ ସହ ଦେଖା ହୁଏ। ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ସବୁ କିଛି ମନର ଏକ ରେଖା ରେ ଘୁରି ବୁଲନ୍ତି, ଅତୀତ ବର୍ତ୍ତମାନ ର ମାଟି ତଳେ ଦବିଯାଇ ନିଜକୁ ନିଶ୍ଚିନ କରିବାକୁ ଚେଷ୍ଟା କରେ, ବର୍ତ୍ତମାନ ନିଜ ଅହଂକାର ଓ ଆତ୍ମଗର୍ବ ରେ ନିଜକୁ ଶ୍ରେଷ୍ଠ ମଣେ।ପୁଣି ଭବିଷ୍ୟତ ଦୂର ଦିଗବଳୟ ରେ ଘୁରି ବୁଲୁଥିବା କଳା ବାଦଲ ଖଣ୍ଡେ। ଅତୀତ କୁ ଝୁରିଲେ ବର୍ତ୍ତମାନ ଅଭିମାନ ରେ ମୁହଁ ମୋଡ଼ି ବସେ ଆଉ ପୁଣି ଭବିଷ୍ୟତ....... ସେ ତ ଏଠି ଦିଗହରା......               ପରିସ୍ଥିତି ର ପରିବର୍ତ୍ତନ ହୋଇନି ହେଲେ ବଦଳି ଯାଇଥିବା ଜୀବନ ଶୈଳୀ ଯେମିତି ନିଜ ନିଜ ରାସ୍ତା ଦେଇ ଆଗକୁ ବଢ଼ିବାରେ ଲାଗିଲାଣି। ଅନେକ ଦିନ ପରେ ସପରିବାର ବାହାରକୁ ବାହାରି ଥିଲୁ। ପୁରା ମଲ ଖାଲି ଖାଲି ହେଲେ ଫୁଡ୍ କୋର୍ଟ ତ ପୁରା ଫୁଲ୍। କ୍ଷଣିକ ପୁର୍ବରୁ କୋରୋନା ର ଭୟ କଥା ଭାବୁଥିଲି ହେଲେ ଏଠି ତାହାର ଲେଶ ମାତ୍ର ନାହିଁ। ଗୋଟିଏ ଟେବୁଲ ଖାଲି ନାହିଁ। କାଉଣ୍ଟର ଆଗରେ ଲମ୍ବା ଧାଡ଼ି, ଦେଖିଲେ ଲାଗୁଛି କେତେ ଅସହାୟ ଏମାନେ, ଭୋକରେ ବ୍ୟାକୁଳ ହେଲେ ଧର୍ଯ୍ୟ ର ତା ଜୀବନ୍ତ ମୂର...

ପ୍ରିୟ ଡାଇରୀ,

Image
 ପ୍ରିୟ ଡାଇରୀ,          ଦ୍ଵିପାବଳି ସପ୍ତାହ, କାମ ଅନେକ ବାକି ତଥାପି ତୁମ ପାଇଁ ଟିକେ ସମୟ ଯେମିତି ମୋ ପାଇଁ ଅନିବାର୍ଯ୍ୟ। ପଦେ କଥା, ଅନେକ ଶଦ୍ଦ ବିହୀନ ଅଭିମାନ। ସବୁ କିଛି ତୁମ ପାଖେ ଢାଳି ଦେଇ ନିଜକୁ ଶାନ୍ତ୍ବନା ର ଓଢ଼ନି ରେ ଢାଙ୍କି ଦିଏ।ଯେତେବେଳ ସବୁକିଛି ଅସହ୍ୟ ହୋଇ ପଡ଼େ ସେ ସବୁର ନିଷ୍କାସନ ନିହାତି ଆବଶ୍ୟକ। ସେଥିପାଇଁ ବୋଧେ ମୁଁ ତୁମ କୁ ଅପେକ୍ଷା କରି ରୁହେ। ଅନୁଭଵ କୁ ବଖାଣି ବା ପାଇଁ ବେଳେ ବେଳେ ଶବ୍ଦ ର ଅଭାବ ପଡ଼େ। ପୁଣି କେବେ କେବେ ଶବ୍ଦ ସବୁ ମନ ମାରି ଅନୁଭବ କୁ ଶବ୍ଦ ହିନ କରିଦିଅନ୍ତି।ନା ବୁଝିବା ଲୋକର ଧର୍ଯ୍ୟ ଥାଏ ନା ବୁଝେଇବା ଲୋକର।         ଆଜି ଦୀପାବଳି, ଆଲୋକର ପର୍ବ,ନା ଆଜି ଅଭିମାନ ପାଇଁ ଯାଗା ଅଛି ନ ଅନୁତାପ ପାଇଁ। ସେଥିପାଇଁ ବୋଧେ ମୋ ଅଜନାତ ରେ ତୁମ କୁ ଭୁଲି ଏକୁଟିଆ ପାଦେ ଆଗେଇ ଗଲିଣି। କେବଳ ଦୁନିଆ କୁ ଦେଖି ଦେଖି ନିଜକୁ ଦେଖିବା ଭୁଲି ଗଲେଣି।"ସେ" ଆଉ "ସେମାନେ" ଶବ୍ଦ " ମୁଁ" ଟାକୁ କେବେଠୁ ପଞ୍ଜୁରୀ ମଧ୍ୟରେ ବନ୍ଦୀ କରି ସାରିଲେଣି। ସମାଜ କେବଳ ସେମାନଙ୍କର ନୁହେଁ ମୋର ମଧ୍ୟ।ବେଳେ ବେଳେ କାହିଁ କି ଏ ଅନୁଭବ ହୁଏନି।ନା ମୁଁ କଳ୍ପନା ରେ ବଞ୍ଚି ବାକୁ ଚାହେଁ ନା ନିଦାଘ ବାସ୍ତବତା ରେ। ତଥାପି ଖରା, ବର୍ଷା, ଶୀତ ର ଅପେକ୍ଷା କରେ ସାଧାରଣ ମଣିଷ ପରି।          ଆଜି ସମୟ ର ଅଭାବ...
Image
 ପ୍ରିୟ ଡାଇରୀ,      ତୁମେ ଜାଣ ,ତୁମ ସହ ଦେଖା ପୁଣି ଦୁଇପଦ କଥା ମୋ ପାଇଁ ଶକ୍ତି ର ଉତ୍ସ। ପୁରା ସପ୍ତାହ ମୁଁ ତୁମ କୁ ଅପେକ୍ଷା କରି ରୁହେ ମନରେ ଅନେକ କିଛି ଆସେ ହେଲେ ସେ ସବୁକୁ ଶବ୍ଦ ରୂପ ଦେବା ସମ୍ଭବ ନୁହେଁ। ହାତେ ମାପି ଚାଖଣ୍ଡେ ଚାଲି ଅନୁଭୂତି କୁ ବାଣ୍ଟିବାକୁ ଚାହେଁ। ତଥାପି ଲାଗେ ବ୍ୟାକରଣ ର ତ୍ରୁଟି ପାଇଁ ଶବ୍ଦ ର ମାନେ ଯେମିତି ବଦଳି ନଯାଏ।        ଶୀତୁଆ ସକାଳ, ଅନେକ ସ୍ମୃତିକୁ ମନେ ପକାଇ ଦିଏ। କମ୍ବଳ ଭିତର ର ଗରମ, ସକାଳର କଅଁଳ ଖରା ରେ ମା ର ପୁରୁଣା ସାଲ କୁ ଦି ଦୋର କରି ଘୋଡେ଼ଇ ହୋଇ ବସି ପାଠ ପଢିବା ସମୟରେ ଗରମ ଗରମ ଚୁଡ଼ା ସନ୍ତୁଳା ର ବାସ୍ନା,ପୁଣି ତା ସହିତ କଟକ ରୁ ଯାଇଥିବା କିଣା ଆମ୍ବ ଆଚାର। ଖରା ଖୋଜି ଖୋଜି ଧାନ ଖଳା ରେ ବସୁ। ସେଇଠି ଖରା ବେଳ ଖାଇବା ପିଇବା ପୁଣି ଲୁଡୁ ଖେଳ। ଏବର x mass ଛୁଟି ସେତେବେଳର ଧାନ କଟା ଛୁଟି। ଶୀତୁଆ ସକାଳେ ନଡ଼ା ଜାଳି ସେକି ହେବାର ମଜା ଅଲଗା।        ଏମିତି ଶୀତୁଆ ସକାଳ ଅତୀତ ର ଅନେକ ଫର୍ଦ୍ଦ କୁ ଓଲଟାଇ ଦିଏ, ପିଲା ଦିନର ପ୍ରତିଟି ମୁହୂର୍ତ୍ତ ଓଠ କୋଣରେ ଧାରେ ହସ ପାଲଟିଯାଏ। ଏବେ କାକର ଭିଜା ଘାସ ପଡ଼ିଆରେ ପାଦ ଘୋଷାଡି ଚାଲିବାର ପିଲାଲିଆମି ଆଉ ନାହିଁ।ନା ଖଟ ଉପରେ ଲୋଚା କୋଚା ହୋଇ ପଡିଥିବା କମ୍ବଳ ଅହେତୁକ ଆକର୍ଷଣ। ଏବେ ସବୁକିଛି ଫିକା ଫିକା।ମା ର ଶହେ ଥର ଡାକରାରେ ଖୋଲୁ...