ପ୍ରିୟ ଡାଇରୀ,
ପ୍ରିୟ ଡାଇରୀ,
ଦ୍ଵିପାବଳି ସପ୍ତାହ, କାମ ଅନେକ ବାକି ତଥାପି ତୁମ ପାଇଁ ଟିକେ ସମୟ ଯେମିତି ମୋ ପାଇଁ ଅନିବାର୍ଯ୍ୟ। ପଦେ କଥା, ଅନେକ ଶଦ୍ଦ ବିହୀନ ଅଭିମାନ। ସବୁ କିଛି ତୁମ ପାଖେ ଢାଳି ଦେଇ ନିଜକୁ ଶାନ୍ତ୍ବନା ର ଓଢ଼ନି ରେ ଢାଙ୍କି ଦିଏ।ଯେତେବେଳ ସବୁକିଛି ଅସହ୍ୟ ହୋଇ ପଡ଼େ ସେ ସବୁର ନିଷ୍କାସନ ନିହାତି ଆବଶ୍ୟକ। ସେଥିପାଇଁ ବୋଧେ ମୁଁ ତୁମ କୁ ଅପେକ୍ଷା କରି ରୁହେ। ଅନୁଭଵ କୁ ବଖାଣି ବା ପାଇଁ ବେଳେ ବେଳେ ଶବ୍ଦ ର ଅଭାବ ପଡ଼େ। ପୁଣି କେବେ କେବେ ଶବ୍ଦ ସବୁ ମନ ମାରି ଅନୁଭବ କୁ ଶବ୍ଦ ହିନ କରିଦିଅନ୍ତି।ନା ବୁଝିବା ଲୋକର ଧର୍ଯ୍ୟ ଥାଏ ନା ବୁଝେଇବା ଲୋକର।
ଆଜି ଦୀପାବଳି, ଆଲୋକର ପର୍ବ,ନା ଆଜି ଅଭିମାନ ପାଇଁ ଯାଗା ଅଛି ନ ଅନୁତାପ ପାଇଁ। ସେଥିପାଇଁ ବୋଧେ ମୋ ଅଜନାତ ରେ ତୁମ କୁ ଭୁଲି ଏକୁଟିଆ ପାଦେ ଆଗେଇ ଗଲିଣି। କେବଳ ଦୁନିଆ କୁ ଦେଖି ଦେଖି ନିଜକୁ ଦେଖିବା ଭୁଲି ଗଲେଣି।"ସେ" ଆଉ "ସେମାନେ" ଶବ୍ଦ " ମୁଁ" ଟାକୁ କେବେଠୁ ପଞ୍ଜୁରୀ ମଧ୍ୟରେ ବନ୍ଦୀ କରି ସାରିଲେଣି। ସମାଜ କେବଳ ସେମାନଙ୍କର ନୁହେଁ ମୋର ମଧ୍ୟ।ବେଳେ ବେଳେ କାହିଁ କି ଏ ଅନୁଭବ ହୁଏନି।ନା ମୁଁ କଳ୍ପନା ରେ ବଞ୍ଚି ବାକୁ ଚାହେଁ ନା ନିଦାଘ ବାସ୍ତବତା ରେ। ତଥାପି ଖରା, ବର୍ଷା, ଶୀତ ର ଅପେକ୍ଷା କରେ ସାଧାରଣ ମଣିଷ ପରି।
ଆଜି ସମୟ ର ଅଭାବ, ଭାବ ସବୁ ଶଦ୍ଦ ବିହୀନ। ଆଜି ପାଇଁ ଏତିକି ମୋ ପ୍ରିୟ ବାନ୍ଧବୀ, ମୋ ପ୍ରିୟ ଡାଇରୀ.........
ଚିନ୍ମୟୀ ନାୟକ
Subscribe and share views on chinmayeenayak.blog@gmail.com.
Comments
Post a Comment