ପ୍ରିୟ ଡାଇରୀ,
ପ୍ରିୟ ଡାଇରୀ
ମୋ ଜୀବନରେ ତୁମ ର ଉପସ୍ଥିତି ମୋ ପାଇଁ ଆଶୀର୍ବାଦ।ପ୍ରତିଟି ମୁହୂର୍ତ୍ତ କେବଳ ତୁମପାଇଁ ଉଦ୍ଦିଷ୍ଟ। ମନର ସମୁଦ୍ରରେ ଅନେକ ଉତ୍ତାଳ ତରଙ୍ଗ ହେଲେ ଏସବୁ ଶାନ୍ତ ହୁଏ ତୁମ ସହ ଦେଖା ହେଲେ।କୂଳ ଲଙ୍ଗି ଯାଇପାରନ୍ତି ନାହିଁ, କାରଣ.... ଏକମାତ୍ର ତୁମେ। ହ୍ରୁଦୟ ର କଳସୀ ଯେତେବେଳେ ଭରି ଯାଏ ହାତରେ ଲେଖନୀ ଦେଇ ସବୁକିଛି ଉଦ୍ଦଗାରିବା ପାଇଁ ଆଶ୍ଵାସନା ଦିଅ। ମନର ସବୁ ଭାବା ବେଗକୁ ଶବ୍ଦ ରୂପ ନଦେବା ପର୍ଯ୍ୟନ୍ତ ତୁମେ ଧର୍ଯ୍ୟ ର ସହ ଅପେକ୍ଷା କରି ରହି ଥାଅ। ସେଥିପାଇଁ ବୋଧେ ମୁଁ ତୁମକୁ ବାଛିଚି। ନିଜର ସବୁ ଅନୁଭବ ଓ ଅନୁଭୂତି ତୁମ ସହ ବାଣ୍ଟିବା ପାଇଁ।
ଅନେକ ଥର ଶୁଣିଛି ନାରୀ ର ଅନେକ ରୂପ, କେତେବେଳେ ମହାଲକ୍ଷ୍ମୀ, ପୁଣି କେତେବେଳେ ମହାକାଳୀ , କେତେ ବେଳେ ମହା ସରସ୍ଵତି। ଏସବୁ ମନର ଏକ ଏକ ଅବସ୍ଥା। ସମୟ ଓ ପରିସ୍ଥିତି କୁ ପାଥେୟ କରି ତା ଭିତରେ ଗଢି ଉଠେ ଅନେକ ରୂପ। କେତେ ବେଳେ ସର୍ବଂସହା ଧରିତ୍ରୀ ପୁଣି କେବେ ଚଞ୍ଚଳ ପାହାଡି ଝରଣା। ପୁଣି କେବେ ଦେଖା ଦିଏ ତା ଭିତରେ ହିମାଳୟ ପରି ସ୍ତିରତା। ପୁଣି କେବେ ପରିସ୍ଥିତି ର ଶିକୁଳି ରେ ବାନ୍ଧି ହୋଇ ଅସହାୟ ଅବସ୍ଥାରେ ଛଟପଟ ହୁଏ। ସକାଳୁ ରାତି ପର୍ଯ୍ୟନ୍ତ ଅନେଗୁଡ଼ିଏ ଚରିତ୍ର ରେ ଅବତୀର୍ଣ୍ଣ ହୋଇ କର୍ତ୍ତବ୍ୟ ସମ୍ପାଦନ କରି ଚାଲେ। କେହି ଯଦି ଅତି ପାଖରୁ ଦେଖିବ ଠିକ ସେ ଦଶଭୁଜା ଦୁର୍ଗା ପରି......।
ଅନେକ ଥର ନିଜକୁ ପ୍ରତିପାଦିତ କରିବାରୁ ବିଫଳ ରୁହେ। କାରଣ ସେ ବାନ୍ଧି ହୋଇ ଥାଏ ଅନେକ ସମ୍ପର୍କ ର ସୂତାରେ। କେଉଁଟି କ୍ଷଣିକ ପାଇଁ ତ କେଉଁଟି ଜୀବନ ତମାମ୍। ହାତେ ମାପି ଚାଖଣ୍ଡେ ଚାଲିବାକୁ ସେ ବାଧ୍ୟ, କାରଣ ତା ଭୁଲର କ୍ଷମା ନାହିଁ। ସମୟ ତାକୁ ଅନେକ ଉପରକୁ ଉଠାଇଛି ପୁଣି କ୍ଷଣିକ ମଧ୍ୟରେ ମାଟିରେ କଚାଡ଼ି ଦେଇଛି। ଏଥିପାଇଁ ସମ୍ପୂର୍ଣ ରୂପେ ସେ ନିଜେ ଦାଇ।ନିଜର ଖୁସୀ ସେ ନିଜ ଭିତରେ ଖୋଜି ପାୟେନି। ଜୀବନ ତମାମ ଅନ୍ୟ ର ଖୁସିରେ ନିଜ ସୁଖ ଖୋଜୀ ବୁଲେ।ଅନେକ ଥର ମନରେ ଦୁର୍ଗା ବଚନ ରେ ସରସ୍ଵତୀ ପାଲଟି ଯାଏ। ବହୁ ବାର ନିଜ ସ୍ଵର କୁ ଚାପି ଧରି ଅନ୍ୟ କୁ ଶୁଣି ବାକୁ ନିଜର ଭାଗ୍ୟ ବୋଲି ଧରି ନିଏ..............to be continued
Comments
Post a Comment