ପ୍ରିୟ ଡାଇରୀ
ପ୍ରିୟ ଡାଇରୀ
ଜାଣେ, ତୁମ ଅଭିମାନ ଭରା ଚାହାଣି ମୋ ପାଇଁ ଅସହ୍ୟ ତଥାପି ମୁଁ ନିରୁପାୟ।ନା ଥିଲା ଶାରୀରିକ ସମ୍ବଳ ନା ମନରେ ଶବ୍ଦର ଆସ୍ପୃହା। ଆନେକ ଚେଷ୍ଟା କରି ମଧ୍ୟ ବିଫଳ ହୋଇଥିଲି। ଅନେକ ଥର ତୁମ କୁ ନିରେଖି ଦେଖିବା ର ଅଭିପ୍ପସା ମତେ ଟାଣି ନିଏ ହେଲେ ସମୟ ମୋତେ ଅସହାୟ ଓ ମୋ ଭାବନା ସବୁ କୁ ନିରର୍ଥକ କରି ଦେଉଥିଲା।
ସତରେ ମଣିଷ କେତେ ଅସହାୟ। ସମୟର ଦାସତ୍ୱ ଗ୍ରହଣ କରିବା ଛଡା ଅନ୍ୟ କୌଣସି ବିକଳ୍ପ ପନ୍ଥା ନାହିଁ। ଅନେକ ଥର ଭ୍ରମ ରେ ପଡ଼େ ସବୁ କିଛି ନିଜ ମନମୁତାବକ ମିଳି ଯାଇ ଥିବାରୁ।ହେଲେ ମୁହୁର୍ତ ବି ଲାଗେନି ବାସ୍ତବତା ର ଆଲୋକ ଶରୀର ଦେଈ ହ୍ରୁଦୟ ପାଖରେ ପହଞ୍ଚି ବାକୁ। ଠିକ କାଚ ର ଆଇନା ପରି ଭାଙ୍ଗି ଚୂର୍ ମାର ହୋଇ ଯାଏ ସବୁକିଛି ସ୍ବପ୍ନ ବି ସ୍ବପ୍ନ ଦେଖୁ ଥିବା ମଣିଷ ବି।ଏତେ ଧର୍ଯ୍ୟ ରଖି ମଧ୍ୟ ଧର୍ଯ୍ୟ ହରା ହୋଇପଡେ। ଅସ୍ତିତ୍ବ କୁ ହରାଇ ବସେ ଠିକ୍ ପାଣି ରେ ଲୁଣ ପରି।ସବୁ କିଛି ଜାଣି ପାରିଲେ ମଧ୍ୟ ମନ ର ଅବସନ୍ନତା ଯୋଗୁ ପଙ୍ଗୁ ପାଲଟି ଯାଏ। ଶୀତ ସୂପ୍ତି ଭିତରେ ବୁଡ଼ି ରହି ଜୀବନର ମୂଲ୍ୟବୋଧ କୁ ଅନୁଭବ କରିବାକୁ ଚେଷ୍ଟା କରେ। ଜାଣେନି ଆଉ କେତେ ଦିନ ଉଷୁମ ସୂର୍ଯ୍ୟ କିରଣ କୁ ଅପେକ୍ଷା କରିବାକୁ ପଡିବ।
ଚିନ୍ମୟୀ ନାୟକ
Subscribe and share views on chinmayeenayak.blog@gmail.com
Comments
Post a Comment