Posts

Showing posts from October, 2020

ପ୍ରିୟ ଡାଇରୀ, (ବେଳାଭୂମି ର ଆକର୍ଷଣ)

Image
 ପ୍ରିୟ ଡାଇରୀ,          ତୁମ ସହ ଦେଖା, ପୁଣି ଏକ ମୁହୂର୍ତ୍ତ କେବଳ ନିଜ ସହିତ ଏକାନ୍ତ ରେ କଟାଇ ବାର ପ୍ରାୟାସ, ପ୍ରିୟ ଧୀରେ ଧୀରେ ଏକାନ୍ତ ସମୟ ଭଲ ଲାଗିଲାଣି। ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ସଭିଁଏ ଅନ୍ଧାରୀ ଗଳି ରୁ ବାହାରି ଦୂର ଆଲୋକ ପଥ ର ଯାତ୍ରୀ ହେଲେଣି। ଅନେକ ଦିନ ପରେ ଏକ ସାଧାରଣ ଜୀବନ ଶୈଳୀ କୁ ଫେରି ବାର ଚେଷ୍ଟା। ଜାଣେ ଏବେବି ଅନିଶ୍ଚିତ ଭବିଷ୍ୟତ ତଥାପି ମୁକ୍ତ ଜୀବନ ର ଆକର୍ଷଣ ମନକୁ ବନ୍ଦୀ କରି ପାରିନି। ସେଥି ପାଇଁ ବେଳାଭୂମି ର ଆକର୍ଷଣ ଟାଣି ନେଲା ଜଗନ୍ନାଥ ଧାମ ପୁରୀ କୁ।           ଅନେକ ଦିନ ପରେ ପୁରୀ ଯେମିତି ନୂଆ କରି ସଜେଇ ହୋଇଛି। ବହୁତ୍ କିଛି ବଦଳି ଯାଇଛି ଏଠି। ସଫା ସୁତୁରା ବିସ୍ତୀର୍ଣ୍ଣ ବେଳାଭୂମି, ନିରସ ମନରେ କୁଳ ଛୁଇଁ ଫେରି ଯାଉଛି ଲହଡ଼ି ମାଳ।ତାର ସେ ନିରସତା ର କାରଣ ସଭିଙ୍କୁ ଜଣା। ଗହଳି ଭିତରେ ବଞ୍ଚୁ ଥିବା ମନଟା ନିର୍ଜନ ରେ ବଞ୍ଚିବା କଷ୍ଟକର। ନା ସୁଭୁଛି ବୁଲା ବିକାଳି ଙ୍କ ସ୍ୱର ନା ଲହଡ଼ି ଛୁଇଁ ବାର ପ୍ରାୟାସ ର କୋଳାହଳ। ସବୁ କିଛି ଶୁନଶାନ୍। କେତେଟା ବୁଲା କୁକୁର ଙ୍କୁ ଛାଡ଼ିଦେଲେ ବାକିସବୁ ନୋଳିଆ ସାହିର ପିଲା। ଖାଲି ଖାଲି ଲାଗୁଛି ବେଳାଭୂମି ସଂଲଗ୍ନ ରାସ୍ତା, ଚାରିଆଡ଼େ ଖାଁ ଖାଁ, ନିସ୍ତବତାର ରାଜୁତି।           ମନେ ପଡେ ପିଲା ବେଳେ ପୁରୀ ଆସିବା କଥା, ଗାଁ ରୁ...

ପ୍ରିୟ ଡାଇରୀ,

Image
 ପ୍ରିୟ ଡାଇରୀ,         ଆଜି ଶବ୍ଦ ର ଅଭାବ ହେଲେ ମନ ଆକାଶ ରେ ଅନେକ କଳା ବାଦଲ। ଜାଣେନି କେତେ ବେଳେ ଅସରାଏ ବର୍ଷା ହେବ। ରାତିର ଅନ୍ଧକାର ଆଜି ଆଉ ଟିକେ ଅଧିକ ଗାଢ଼। କଳା ମଚ ମଚ ଘଞ୍ଚ ଅନ୍ଧାର ରେ ନିରେଖି ଦେଖିଲେ ଦୂର ମନ୍ଦିର ର ଦୀପ ଶିଖା ମିଞ୍ଜି ମିଞ୍ଜି ହୋଇ ଜଳୁଛି। ରାମାୟଣ ପୃଷ୍ଠା ଓଲଟାଇ ତା ଭିତରେ ସୀତା ମାଆ ଙ୍କ ଜୀବନର କରୁଣ କାହାଣୀ ଅନୁଭବ କରିବାକୁ ଚେଷ୍ଟା କରୁଥିଲି ହେଲେ ହଠାତ୍ ଆଖି ଦୁଇଟା ଏମିତି ଏକ ଚରିତ୍ର ଉପରେ ଅଟକୀ ଗଲା ଯାହାଙ୍କୁ ଅଣଦେଖା କରିହେବ ନାହିଁ।ସେ ଚରିତ୍ର ଟି ହେଉଛି ମହାପ୍ରତାପି ରାବଣର ଧର୍ମପତ୍ନୀ ମନ୍ଦୋଦୋରି।                    ମନ୍ଦୋଦୋରି ରାମାୟଣ ରେ ଅତି ନଗଣ୍ୟ ଚରିତ୍ର।ଯାହାକୁ କେହି କେବେ ମନେ ରଖିନି। ଯାହାର ତ୍ୟାଗ କାହା ନଜର ରେ କେବେ ଆସିନି।, ଜଣେ ପ୍ରତିଷ୍ଠିତ ରାଜା ମାୟାସୂର୍ ଓ ମହାରାଣୀ ହେମା ଙ୍କର ଅତି ଗେଲାର ପାଳିତ କନ୍ୟା,ଜଣେ ଧର୍ମପରାୟଣ ମହିଳା,ମହା ପ୍ରତାପୀ ରାବଣ ର ଅର୍ଦ୍ଧାଙ୍ଗନୀ,ସ୍ୱର୍ଣ୍ଣ ଲଙ୍କାର ସମ୍ରାଞୀ , ଜୀବନ ର ଅଜସ୍ର ସୁଖ ଅଜାଡ଼ି ଦିଆ ଯାଇଥିଲା ତା ପାଦ ତଳେ।ଏତେ ସବୁ ଗର୍ବ ସେହି ଦିନ ଭାଙ୍ଗି ମାଟିରେ ବିଛୁଡି ହୋଇ ପଡ଼ିଥିଲା ଯେଉଁଦିନ ସୀତା ଅଶୋକ ବାଟିକା ରେ ବନ୍ଦୀ ଜୀବନର ଆରମ୍ଭ କଲେ। ଅନେକ ଥର ହାତ ଯୋଡ଼ି ନେହୁରା ହୋଇ ଥିଲା।ସସମ୍ମାନ ରେ ...

ପ୍ରିୟ ଡାଇରୀ.......

Image
 ପ୍ରିୟ ଡାଇରୀ,       ଆଶ୍ୱିନ ଧରାବତଣ କରିଛି। ଚାରିଆଡ଼େ ବର୍ଷା, ଶୀତ, ଖରା ର ମିଶ୍ରିତ ପରିବେଶ। ସକାଳେ ଚିକ ଚୀକ୍ ଖରା, ପୁଣି ଘଡ଼ିଏ ପରେ କଳା ଭସା ବାଦଲ ରୁ ଖଣ୍ଡେ ଆଉ ସନ୍ଧ୍ୟା ବେଳକୁ ହାଲକା ଶୀତ। ଶରୀର ଓ ମନ କୁ ସୁହାଇଲା ଭଳି ପାଗ। ଏମିତି ପରିବେଶ ରେ ଚା କପ୍ ଟିଏ ଧରି ବସିଲେ କେବଳ ତୁମେ ମନେ ପଡ । ତୁମ ସହିତ ଦୁଇ ପଦ କଥା, ବାସ୍ ଆଉ କଣ ଦରକାର। କାଲି ଏତେ ଦିନ ପରେ ଲତିକା ଆସିଥିଲା,ପାଖରେ ରୁହେ ହେଲେ ସମୟ ଅଭାବରୁ ରୀତିମତ ଦେଖା ହୋଇ ପାରେନା।ଦୁଇ ସାଙ୍ଗ ବସି ଚା ର ଚୁଷ୍କି ସାଙ୍ଗରେ ଅତୀତର ତିରିଶି ବର୍ଷ କ୍ଷଣିକେ ଗପି ପକାଇଲୁ।     ସତରେ ୟାଭିତରେ ୩୦ ବର୍ଷ କଟି ଗଲାଣି,ହେଲେ ଏଇତ କାଲି ପରି ଲାଗୁଛି। ସତରେ ସମୟ ୧୦୦୦ ସ୍ପିଡ୍ ରେ ଆଉ ଆମେ ୧୦୦ ସ୍ପିଡ୍ ସେଥିପାଇଁ ଥକି ଯାଉଛୁ। ସ୍କୁଲ୍ ପଛ ପଟ ଖେଳ ପଡିଆ ରେ ଖଟା ଚକଟା, ତାଟିଆରେ ପାଞ୍ଚ ଜଣଙ୍କ ହାତ,ସ୍କୁଲ୍ ରୁ ଫେରିବା ବାଟରେ ବରକୋଳି ଚୋରି ଏସବୁ ମନେ ପଡ଼ିଲେ ଏବେବି ହସ ଲାଗେ।ସତରେ ତାକୁ ହିଁ କୁହାଯିବ ଗୋଲ୍ଡେନ ଟାଇମ୍। ସକାଳୁ ରାତି ପର୍ଯ୍ୟନ୍ତ ମଉଜ ମଜଳିଶ୍, ସୁଖ ଦୁଃଖ ଏକା ପରି ଏ ଘଡିକି ଆସିଲେ ଆର ଘଢ଼ି କୁ ନାହିଁ।ହେଲେ ଏବେ ସେ ସମୟ କାହିଁ।ଏବେକାର ସମୟ ଆକାଶ ପାତାଳ ଫରକ୍।ଲତିକା ଜଣେ ଗୃହିଣୀ, ତା ପରିବାର ତା ପାଇଁ ଏକ ଛୋଟ ଦୁନିଆ।ତାର ସେ ଛୋଟ ଦୁନିଆ କୁ ସରସ ସୁନ୍ଦର କରିବା ପାଇଁ ତାର ଅନେକ ପ୍ରାୟାସ।ଏତ...

ପ୍ରିୟ ଡାଇରୀ,

Image
  ପ୍ରିୟ ଡାଇରୀ         ତୁମେ ତ ଜାଣ ଗହଳି ଭିତରେ ମୁଁ ମୋ ନିଜ ଅସ୍ତିତ୍ଵ କୁ ହଜାଇ ବସେ, ମୁହଁରେ ରଙ୍ଗ ମାରି ଅନ୍ୟ କୁ ହସେଇ ବାରେ ସର୍ବଦା ଚେଷ୍ଟିତ। ହେଲେ ବେଳେ ବେଳେ ମିଳୁଥିବା ଏକାନ୍ତ ମୋ ପାଇଁ ବରଦାନ ପାଲଟି ଯାଏ।ଆଉ ସେତବେଳେ ତୁମେ ମନେ ପଡ। ତୁମ ସହ ପଦେ କଥା ମାେ ମନ କୁ ହାଲକା କରିଦିଏ। ଅନେକ ଥର ନିଜ ସୁଖ, ଦୁଃଖ,ରାଗ କୁ ତୁମ ପାଖରେ ବଖାଣି ବସିଛି ହେଲେ ,ଏସବୁର ଉର୍ଦ୍ଧରେ ଆଜିର ବିକଟ ପରିସ୍ଥିତି।    ଏଣୁ ତେଣୁ ଗୁଡାଏ ଭାବୁଛି ହେଲେ ଆଜି ଶବ୍ଦ ର ଅଭାବ , ମନ ଆକାଶ ରେ ଅନେକ କଳା ବାଦଲ। ଜାଣେନି କେତେ ବେଳେ ଅସରାଏ ବର୍ଷା ହେବ। ରାତିର ଅନ୍ଧକାର ଆଜି ଆଉ ଟିକେ ଅଧିକ ଗାଢ଼। କଳା ମଚ ମଚ ଘଞ୍ଚ ଅନ୍ଧାର , ନିରେଖି ଦେଖିଲେ ଦୂର ମନ୍ଦିର ର ଦୀପ ଶିଖା ମିଞ୍ଜି ମିଞ୍ଜି ଜଳୁଛି। ବର୍ତ୍ତମାନ ର ପରିସ୍ଥିତି କାହାକୁ ଅଛପା ନାହିଁ।ଏ ବିଂଶ ଶତାବ୍ଦୀ ରେ ପୁରା ବିଶ୍ଵ ସ୍ଵାଧୀନ ଓ ମୁକ୍ତ ଜୀବନ ର ପରିଭାଷା କୁ ଭଲଭାବେ ବୁଝିଛି। ପଞ୍ଜୁରୀ ଭିତର ଓ ବାହାର ର ତଫାତ ସମୟ ଜଣାଇ ଦେଇଛି।ଏକ ଅସମ୍ପୂର୍ଣ୍ଣ ଜୀବନ ଶୈଳୀ କୁ ନେଇ ଦିନ ରାତି ଗୁଣି ହେଉଛି। ହେଲେ ସବୁକିଛି ହାତ ଠୁ ଅନେକ ଦୂର। ଝରକା ଫାଙ୍କ ଦେଇ ବାହାରକୁ ଚାହିଁଲେ ବିହଙ୍ଗ ମାନଙ୍କ ଖୋଲା ଆକାଶ ରେ ମୁକ୍ତ ଜୀବନ ମନକୁ ବିକଳ କରିଦିଏ। ସବୁକିଛି ବନ୍ଧନ କୁ ଛିଡାଇ ଖୋଲା ଆକାଶ ତଳେ ଶୀତଳ ପବନ ର ସ୍ପର୍ଶ କୁ ଅନୁଭବ କରିବାକ...

ପ୍ରିୟ ଡାଇରୀ,

Image
ପ୍ରିୟ ଡାଇରୀ,         ତୁମ ସହ କଥା ହେବା ଯେମିତି ଏକ ଅଭ୍ୟାସ ରେ ପରିଣତ ହୋଇ ଗଲାଣି। ଏଣୁ ତେଣୁ ଗୁଡିକ ନ ଗପିଲେ ମନ ଶାନ୍ତି ହୁଏନି। ବେଳେ ବେଳେ ଅନେକ କାହାଣୀ ମନର ଝରକା ଦେଇ ହୃଦୟ କୁ ପଶି ଆସନ୍ତି। ଅନେକ ଚରିତ୍ର ଏଠି ନିଜ ନିଜ ରେ ନିଖୁଣ ଅଭିନୟ କରନ୍ତି। ତା ଭିତରେ ହଜି ଯିବାକୁ ମନ ହୁଏ।ମାେ ଭିତରେ ଏକାଧିକ ଚରିତ୍ର ର ଅନୁଭବ। ସବୁ ଜାଗାରେ ନିଜକୁ ପ୍ରତିପାଦିତ କଲା ବେଳେ କେଉଁଠି ନା କେଉଁଠି ଭୁଲ ହୋଇଯାଏ।ଏଇ ଯେମିତି English medium schools ରେ ପଢୁଥିବା ପିଲା ର ସ୍ମାର୍ଟ୍ ମା।ତୁମେ ତ ଜାଣ ଗୋଟେ house manager ର କାମ। ଡିଉଟି ୨୪ ଘଣ୍ଟିଆ।ରାତିରେ ନିଦରେ ବାଉଳି ହୁଏ ସକାଳୁ ଉଠିଲା ବେଳକୁ ପିଲାର ସ୍କୁଲ୍ bus stop ରୁ ଛାଡ଼ି ଦଉଛି। husband meeting ଯିବାକୁ ବସିଲେଣି ହେଲେ white shirt ଟା ମିଳୁନି।ନିଦ ଭାଙ୍ଗିଲା ବେଳକୁ ଦେଖେ ଏ ସବୁ ସ୍ବପ୍ନ ଥିଲା। ମନରେ ଡର ବସିଯାଏ। ସକାଳ ପର୍ଯ୍ୟନ୍ତ ଆଖିକୁ ନିଦ ଆସେନାହିଁ।       ଏବେ ମା ମାନକୁ ଡବଲ୍ ସ୍ମାର୍ଟ୍ ହେବା ଦରକାର mobile ଜ୍ଞାନ ସାଙ୍ଗରେ କମ୍ପ୍ୟୁଟର୍ ଜ୍ଞାନ ଆସିବା ଦରକାର। ସ୍କୁଲ୍ ରୁ ହଜାରେ ପ୍ରୋଜେକ୍ଟ ମିଳେ ଜଣା ନାହିଁ ଏସବୁ ପିଲା ପାଇଁ ନା ମାଆ ର skill ଦେଖିବା ପାଇଁ। ଏବେ ଭାବୁଛି ମା ଯଦି ପାଠ ପଢୁଆ ନହେବ ତା ପିଲା ସମ୍ପୂର୍ଣ ମୂର୍ଖ ହେବେ।ହେଲେ ମାେ ଜେଜେ ମା କୁ ଦେଖିଲେ ନିଜକୁ ନିଜେ ଭୁ...