Posts

ପ୍ରିୟ ଡାଇରୀ

Image
 ପ୍ରିୟ ଡାଇରୀ         ଜାଣେ, ତୁମ ଅଭିମାନ ଭରା ଚାହାଣି ମୋ ପାଇଁ ଅସହ୍ୟ ତଥାପି ମୁଁ ନିରୁପାୟ।ନା ଥିଲା ଶାରୀରିକ ସମ୍ବଳ ନା ମନରେ ଶବ୍ଦର ଆସ୍ପୃହା। ଆନେକ ଚେଷ୍ଟା କରି ମଧ୍ୟ ବିଫଳ ହୋଇଥିଲି। ଅନେକ ଥର ତୁମ କୁ ନିରେଖି ଦେଖିବା ର ଅଭିପ୍ପସା ମତେ ଟାଣି ନିଏ ହେଲେ ସମୟ ମୋତେ ଅସହାୟ ଓ ମୋ ଭାବନା ସବୁ କୁ ନିରର୍ଥକ କରି ଦେଉଥିଲା।          ସତରେ ମଣିଷ କେତେ ଅସହାୟ। ସମୟର ଦାସତ୍ୱ ଗ୍ରହଣ କରିବା ଛଡା ଅନ୍ୟ କୌଣସି ବିକଳ୍ପ ପନ୍ଥା ନାହିଁ। ଅନେକ ଥର ଭ୍ରମ ରେ ପଡ଼େ ସବୁ କିଛି ନିଜ ମନମୁତାବକ ମିଳି ଯାଇ ଥିବାରୁ।ହେଲେ ମୁହୁର୍ତ ବି ଲାଗେନି ବାସ୍ତବତା ର ଆଲୋକ ଶରୀର ଦେଈ ହ୍ରୁଦୟ ପାଖରେ ପହଞ୍ଚି ବାକୁ। ଠିକ କାଚ ର ଆଇନା ପରି ଭାଙ୍ଗି ଚୂର୍ ମାର ହୋଇ ଯାଏ ସବୁକିଛି ସ୍ବପ୍ନ ବି ସ୍ବପ୍ନ ଦେଖୁ ଥିବା ମଣିଷ ବି।ଏତେ ଧର୍ଯ୍ୟ ରଖି ମଧ୍ୟ ଧର୍ଯ୍ୟ ହରା ହୋଇପଡେ। ଅସ୍ତିତ୍ବ କୁ ହରାଇ ବସେ ଠିକ୍ ପାଣି ରେ ଲୁଣ ପରି।ସବୁ କିଛି ଜାଣି ପାରିଲେ ମଧ୍ୟ ମନ ର ଅବସନ୍ନତା ଯୋଗୁ ପଙ୍ଗୁ ପାଲଟି ଯାଏ। ଶୀତ ସୂପ୍ତି ଭିତରେ ବୁଡ଼ି ରହି ଜୀବନର ମୂଲ୍ୟବୋଧ କୁ ଅନୁଭବ କରିବାକୁ ଚେଷ୍ଟା କରେ। ଜାଣେନି ଆଉ କେତେ ଦିନ ଉଷୁମ ସୂର୍ଯ୍ୟ କିରଣ କୁ ଅପେକ୍ଷା କରିବାକୁ ପଡିବ।                           ...

ପ୍ରିୟ ଡାଇରୀ,

Image
  ପ୍ରିୟ ଡାଇରୀ          ମୋ ଜୀବନରେ ତୁମ ର ଉପସ୍ଥିତି ମୋ ପାଇଁ ଆଶୀର୍ବାଦ।ପ୍ରତିଟି ମୁହୂର୍ତ୍ତ କେବଳ ତୁମପାଇଁ ଉଦ୍ଦିଷ୍ଟ। ମନର ସମୁଦ୍ରରେ ଅନେକ ଉତ୍ତାଳ ତରଙ୍ଗ ହେଲେ ଏସବୁ ଶାନ୍ତ ହୁଏ ତୁମ ସହ ଦେଖା ହେଲେ।କୂଳ ଲଙ୍ଗି ଯାଇପାରନ୍ତି ନାହିଁ, କାରଣ.... ଏକମାତ୍ର ତୁମେ। ହ୍ରୁଦୟ ର କଳସୀ ଯେତେବେଳେ ଭରି ଯାଏ ହାତରେ ଲେଖନୀ ଦେଇ ସବୁକିଛି ଉଦ୍ଦଗାରିବା ପାଇଁ ଆଶ୍ଵାସନା ଦିଅ। ମନର ସବୁ ଭାବା ବେଗକୁ ଶବ୍ଦ ରୂପ ନଦେବା ପର୍ଯ୍ୟନ୍ତ ତୁମେ ଧର୍ଯ୍ୟ ର ସହ ଅପେକ୍ଷା କରି ରହି ଥାଅ। ସେଥିପାଇଁ ବୋଧେ ମୁଁ ତୁମକୁ ବାଛିଚି। ନିଜର ସବୁ ଅନୁଭବ ଓ ଅନୁଭୂତି ତୁମ ସହ ବାଣ୍ଟିବା ପାଇଁ।       ଅନେକ ଥର ଶୁଣିଛି ନାରୀ ର ଅନେକ ରୂପ, କେତେବେଳେ ମହାଲକ୍ଷ୍ମୀ, ପୁଣି କେତେବେଳେ ମହାକାଳୀ , କେତେ ବେଳେ ମହା ସରସ୍ଵତି। ଏସବୁ ମନର ଏକ ଏକ ଅବସ୍ଥା। ସମୟ ଓ ପରିସ୍ଥିତି କୁ ପାଥେୟ କରି ତା ଭିତରେ ଗଢି ଉଠେ ଅନେକ ରୂପ। କେତେ ବେଳେ ସର୍ବଂସହା ଧରିତ୍ରୀ ପୁଣି କେବେ ଚଞ୍ଚଳ ପାହାଡି ଝରଣା। ପୁଣି କେବେ ଦେଖା ଦିଏ ତା ଭିତରେ ହିମାଳୟ ପରି ସ୍ତିରତା। ପୁଣି କେବେ ପରିସ୍ଥିତି ର ଶିକୁଳି ରେ ବାନ୍ଧି ହୋଇ ଅସହାୟ ଅବସ୍ଥାରେ ଛଟପଟ ହୁଏ। ସକାଳୁ ରାତି ପର୍ଯ୍ୟନ୍ତ ଅନେଗୁଡ଼ିଏ ଚରିତ୍ର ରେ ଅବତୀର୍ଣ୍ଣ ହୋଇ କର୍ତ୍ତବ୍ୟ ସମ୍ପାଦନ କରି ଚାଲେ। କେହି ଯଦି ଅତି ପାଖରୁ ଦେଖିବ ଠିକ ସେ ଦଶଭୁଜା ଦୁର୍ଗା...
Image
  ପ୍ରିୟ ଡାଇରୀ,             ରାତି ଅନେକ ହେଲାଣି, ଘଣ୍ଟା ର ଟିକ ଟିକ ଶବ୍ଦ ପୁରା କୋଠରୀ ସାରା ଖେଳି ଯାଉଛି, ଟେବୁଲ ଉପରେ ରଖା ଯାଇଥିବା ସୁନ୍ଦର ଲାଲ୍ ପେନ୍ ଟା ମୋ ନଜର ରେ ଆସିଲା। ସଂଧ୍ୟା ବେଳେ ତ ନଥିଲା,ମୋ ପୁଅ Tution ରୁ ଆସିବା ପରଠୁ ତା ବ୍ୟାଗ୍ ତା ସୋଫା ହାତ ରେ ସେମିତି ଅବାଞ୍ଛିତ ଅବସ୍ଥାରେ ଝୁଲି ରହିଛି। ତାହେଲେ ଏ ଲାଲ୍ ପେନ୍ ଟା ମୋ ଟେବୁଲ ଉପରେ କେମିତି ଆସିଲା। ସେଠାରେ ମୋ ପୁରୁଣା ଡାଇରୀ ବି ରଖା ଯାଇ ଥିଲା।ଯାହା ମୋ ଆଲମିରା ର କେଉଁ କୋଣରେ ପଡ଼ି ରହିଥିଲା। ପୁରୁଣା ଡାଇରୀ ର ଆକର୍ଷଣ ରେ ଖଟ ରୁ ଉଠି ଟେବୁଲ୍ ପାଖରେ ଛିଡା ହେଲି।            ପୁରୁଣା ପୃଷ୍ଠା କୁ ଓଲଟାଇ ଦେଲା ବେଳେ ପ୍ରତିଟି ପୃଷ୍ଟା ଯେମିତି ମୋ ଆଙ୍ଗୁଠି ଧରି ପାଦେ ପାଦେ ପଛକୁ ଟାଣି ନେଉଛି। ସ୍କୁଲ ରେ ପଢୁଥିବା ସମୟରେ ଛୋଟ ଛୋଟ କବିତା ଲେଖିବା ଆରମ୍ଭ କରିଥିଲି।ସାଧାରଣତନ୍ତ୍ର ଦିବସରେ ସାଙ୍ଗ ମାନଙ୍କ ସହିତ ମିଶି ତାକୁ ଗାଇ ଥିଲୁ ମଧ୍ୟ। ହେଲେ ଏବେ ସେ କବିତା ଦେଖି ହସ ଲାଗୁଛି। କଲେଜ ସମୟ ରେ ଦୁଇଟା କବିତା ଓ ପ୍ରବନ୍ଧ ସେ ବର୍ଷ ମାଗାଜିନ୍ ରେ ସ୍ଥାନ ପାଇଥିଲା। ହେଲେ ଶିକ୍ଷକ ମୋ ମୁହଁରେ କହିଥିଲେ ତୁମ ଲେଖା ଭଳି ଲାଗୁନି,କେହି ଜଣେ ଭଲ ଲେଖକ ଏହାକୁ ଲେଖିଛନ୍ତି। କିଛି ସମୟ ପାଇଁ ଖରାପ ଲାଗିଥିଲା ହେଲେ ଏହା ମୋ ପାଇଁ ପ୍ରଶଂସା ଥିଲା।  ...

ପ୍ରିୟ ଡାଇରୀ (food court)

Image
 ପ୍ରିୟ ଡାଇରୀ,          ତୁମ ସହ ଦେଖା ଯେମିତି ମୋ ପାଇଁ ନିଦାଘ ରେ ଅସରାଏ ବର୍ଷା। ସପ୍ତାହ ର ଛ ଦିନ ମୁଁ ତୁମ କୁ ଅପେକ୍ଷା କରେ, ମନ ଭିତରେ ଦଳି ମନ୍ଥି ହେଉ ଥିବା ଭାବନା ସବୁ ତୁମ ଆଗେ ବଖାଣି ବା ପାଇଁ। ଶେଷରେ ତୁମ ସହ ଦେଖା ହୁଏ। ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ସବୁ କିଛି ମନର ଏକ ରେଖା ରେ ଘୁରି ବୁଲନ୍ତି, ଅତୀତ ବର୍ତ୍ତମାନ ର ମାଟି ତଳେ ଦବିଯାଇ ନିଜକୁ ନିଶ୍ଚିନ କରିବାକୁ ଚେଷ୍ଟା କରେ, ବର୍ତ୍ତମାନ ନିଜ ଅହଂକାର ଓ ଆତ୍ମଗର୍ବ ରେ ନିଜକୁ ଶ୍ରେଷ୍ଠ ମଣେ।ପୁଣି ଭବିଷ୍ୟତ ଦୂର ଦିଗବଳୟ ରେ ଘୁରି ବୁଲୁଥିବା କଳା ବାଦଲ ଖଣ୍ଡେ। ଅତୀତ କୁ ଝୁରିଲେ ବର୍ତ୍ତମାନ ଅଭିମାନ ରେ ମୁହଁ ମୋଡ଼ି ବସେ ଆଉ ପୁଣି ଭବିଷ୍ୟତ....... ସେ ତ ଏଠି ଦିଗହରା......               ପରିସ୍ଥିତି ର ପରିବର୍ତ୍ତନ ହୋଇନି ହେଲେ ବଦଳି ଯାଇଥିବା ଜୀବନ ଶୈଳୀ ଯେମିତି ନିଜ ନିଜ ରାସ୍ତା ଦେଇ ଆଗକୁ ବଢ଼ିବାରେ ଲାଗିଲାଣି। ଅନେକ ଦିନ ପରେ ସପରିବାର ବାହାରକୁ ବାହାରି ଥିଲୁ। ପୁରା ମଲ ଖାଲି ଖାଲି ହେଲେ ଫୁଡ୍ କୋର୍ଟ ତ ପୁରା ଫୁଲ୍। କ୍ଷଣିକ ପୁର୍ବରୁ କୋରୋନା ର ଭୟ କଥା ଭାବୁଥିଲି ହେଲେ ଏଠି ତାହାର ଲେଶ ମାତ୍ର ନାହିଁ। ଗୋଟିଏ ଟେବୁଲ ଖାଲି ନାହିଁ। କାଉଣ୍ଟର ଆଗରେ ଲମ୍ବା ଧାଡ଼ି, ଦେଖିଲେ ଲାଗୁଛି କେତେ ଅସହାୟ ଏମାନେ, ଭୋକରେ ବ୍ୟାକୁଳ ହେଲେ ଧର୍ଯ୍ୟ ର ତା ଜୀବନ୍ତ ମୂର...

ପ୍ରିୟ ଡାଇରୀ,

Image
 ପ୍ରିୟ ଡାଇରୀ,          ଦ୍ଵିପାବଳି ସପ୍ତାହ, କାମ ଅନେକ ବାକି ତଥାପି ତୁମ ପାଇଁ ଟିକେ ସମୟ ଯେମିତି ମୋ ପାଇଁ ଅନିବାର୍ଯ୍ୟ। ପଦେ କଥା, ଅନେକ ଶଦ୍ଦ ବିହୀନ ଅଭିମାନ। ସବୁ କିଛି ତୁମ ପାଖେ ଢାଳି ଦେଇ ନିଜକୁ ଶାନ୍ତ୍ବନା ର ଓଢ଼ନି ରେ ଢାଙ୍କି ଦିଏ।ଯେତେବେଳ ସବୁକିଛି ଅସହ୍ୟ ହୋଇ ପଡ଼େ ସେ ସବୁର ନିଷ୍କାସନ ନିହାତି ଆବଶ୍ୟକ। ସେଥିପାଇଁ ବୋଧେ ମୁଁ ତୁମ କୁ ଅପେକ୍ଷା କରି ରୁହେ। ଅନୁଭଵ କୁ ବଖାଣି ବା ପାଇଁ ବେଳେ ବେଳେ ଶବ୍ଦ ର ଅଭାବ ପଡ଼େ। ପୁଣି କେବେ କେବେ ଶବ୍ଦ ସବୁ ମନ ମାରି ଅନୁଭବ କୁ ଶବ୍ଦ ହିନ କରିଦିଅନ୍ତି।ନା ବୁଝିବା ଲୋକର ଧର୍ଯ୍ୟ ଥାଏ ନା ବୁଝେଇବା ଲୋକର।         ଆଜି ଦୀପାବଳି, ଆଲୋକର ପର୍ବ,ନା ଆଜି ଅଭିମାନ ପାଇଁ ଯାଗା ଅଛି ନ ଅନୁତାପ ପାଇଁ। ସେଥିପାଇଁ ବୋଧେ ମୋ ଅଜନାତ ରେ ତୁମ କୁ ଭୁଲି ଏକୁଟିଆ ପାଦେ ଆଗେଇ ଗଲିଣି। କେବଳ ଦୁନିଆ କୁ ଦେଖି ଦେଖି ନିଜକୁ ଦେଖିବା ଭୁଲି ଗଲେଣି।"ସେ" ଆଉ "ସେମାନେ" ଶବ୍ଦ " ମୁଁ" ଟାକୁ କେବେଠୁ ପଞ୍ଜୁରୀ ମଧ୍ୟରେ ବନ୍ଦୀ କରି ସାରିଲେଣି। ସମାଜ କେବଳ ସେମାନଙ୍କର ନୁହେଁ ମୋର ମଧ୍ୟ।ବେଳେ ବେଳେ କାହିଁ କି ଏ ଅନୁଭବ ହୁଏନି।ନା ମୁଁ କଳ୍ପନା ରେ ବଞ୍ଚି ବାକୁ ଚାହେଁ ନା ନିଦାଘ ବାସ୍ତବତା ରେ। ତଥାପି ଖରା, ବର୍ଷା, ଶୀତ ର ଅପେକ୍ଷା କରେ ସାଧାରଣ ମଣିଷ ପରି।          ଆଜି ସମୟ ର ଅଭାବ...
Image
 ପ୍ରିୟ ଡାଇରୀ,      ତୁମେ ଜାଣ ,ତୁମ ସହ ଦେଖା ପୁଣି ଦୁଇପଦ କଥା ମୋ ପାଇଁ ଶକ୍ତି ର ଉତ୍ସ। ପୁରା ସପ୍ତାହ ମୁଁ ତୁମ କୁ ଅପେକ୍ଷା କରି ରୁହେ ମନରେ ଅନେକ କିଛି ଆସେ ହେଲେ ସେ ସବୁକୁ ଶବ୍ଦ ରୂପ ଦେବା ସମ୍ଭବ ନୁହେଁ। ହାତେ ମାପି ଚାଖଣ୍ଡେ ଚାଲି ଅନୁଭୂତି କୁ ବାଣ୍ଟିବାକୁ ଚାହେଁ। ତଥାପି ଲାଗେ ବ୍ୟାକରଣ ର ତ୍ରୁଟି ପାଇଁ ଶବ୍ଦ ର ମାନେ ଯେମିତି ବଦଳି ନଯାଏ।        ଶୀତୁଆ ସକାଳ, ଅନେକ ସ୍ମୃତିକୁ ମନେ ପକାଇ ଦିଏ। କମ୍ବଳ ଭିତର ର ଗରମ, ସକାଳର କଅଁଳ ଖରା ରେ ମା ର ପୁରୁଣା ସାଲ କୁ ଦି ଦୋର କରି ଘୋଡେ଼ଇ ହୋଇ ବସି ପାଠ ପଢିବା ସମୟରେ ଗରମ ଗରମ ଚୁଡ଼ା ସନ୍ତୁଳା ର ବାସ୍ନା,ପୁଣି ତା ସହିତ କଟକ ରୁ ଯାଇଥିବା କିଣା ଆମ୍ବ ଆଚାର। ଖରା ଖୋଜି ଖୋଜି ଧାନ ଖଳା ରେ ବସୁ। ସେଇଠି ଖରା ବେଳ ଖାଇବା ପିଇବା ପୁଣି ଲୁଡୁ ଖେଳ। ଏବର x mass ଛୁଟି ସେତେବେଳର ଧାନ କଟା ଛୁଟି। ଶୀତୁଆ ସକାଳେ ନଡ଼ା ଜାଳି ସେକି ହେବାର ମଜା ଅଲଗା।        ଏମିତି ଶୀତୁଆ ସକାଳ ଅତୀତ ର ଅନେକ ଫର୍ଦ୍ଦ କୁ ଓଲଟାଇ ଦିଏ, ପିଲା ଦିନର ପ୍ରତିଟି ମୁହୂର୍ତ୍ତ ଓଠ କୋଣରେ ଧାରେ ହସ ପାଲଟିଯାଏ। ଏବେ କାକର ଭିଜା ଘାସ ପଡ଼ିଆରେ ପାଦ ଘୋଷାଡି ଚାଲିବାର ପିଲାଲିଆମି ଆଉ ନାହିଁ।ନା ଖଟ ଉପରେ ଲୋଚା କୋଚା ହୋଇ ପଡିଥିବା କମ୍ବଳ ଅହେତୁକ ଆକର୍ଷଣ। ଏବେ ସବୁକିଛି ଫିକା ଫିକା।ମା ର ଶହେ ଥର ଡାକରାରେ ଖୋଲୁ...

ପ୍ରିୟ ଡାଇରୀ, (ବେଳାଭୂମି ର ଆକର୍ଷଣ)

Image
 ପ୍ରିୟ ଡାଇରୀ,          ତୁମ ସହ ଦେଖା, ପୁଣି ଏକ ମୁହୂର୍ତ୍ତ କେବଳ ନିଜ ସହିତ ଏକାନ୍ତ ରେ କଟାଇ ବାର ପ୍ରାୟାସ, ପ୍ରିୟ ଧୀରେ ଧୀରେ ଏକାନ୍ତ ସମୟ ଭଲ ଲାଗିଲାଣି। ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ସଭିଁଏ ଅନ୍ଧାରୀ ଗଳି ରୁ ବାହାରି ଦୂର ଆଲୋକ ପଥ ର ଯାତ୍ରୀ ହେଲେଣି। ଅନେକ ଦିନ ପରେ ଏକ ସାଧାରଣ ଜୀବନ ଶୈଳୀ କୁ ଫେରି ବାର ଚେଷ୍ଟା। ଜାଣେ ଏବେବି ଅନିଶ୍ଚିତ ଭବିଷ୍ୟତ ତଥାପି ମୁକ୍ତ ଜୀବନ ର ଆକର୍ଷଣ ମନକୁ ବନ୍ଦୀ କରି ପାରିନି। ସେଥି ପାଇଁ ବେଳାଭୂମି ର ଆକର୍ଷଣ ଟାଣି ନେଲା ଜଗନ୍ନାଥ ଧାମ ପୁରୀ କୁ।           ଅନେକ ଦିନ ପରେ ପୁରୀ ଯେମିତି ନୂଆ କରି ସଜେଇ ହୋଇଛି। ବହୁତ୍ କିଛି ବଦଳି ଯାଇଛି ଏଠି। ସଫା ସୁତୁରା ବିସ୍ତୀର୍ଣ୍ଣ ବେଳାଭୂମି, ନିରସ ମନରେ କୁଳ ଛୁଇଁ ଫେରି ଯାଉଛି ଲହଡ଼ି ମାଳ।ତାର ସେ ନିରସତା ର କାରଣ ସଭିଙ୍କୁ ଜଣା। ଗହଳି ଭିତରେ ବଞ୍ଚୁ ଥିବା ମନଟା ନିର୍ଜନ ରେ ବଞ୍ଚିବା କଷ୍ଟକର। ନା ସୁଭୁଛି ବୁଲା ବିକାଳି ଙ୍କ ସ୍ୱର ନା ଲହଡ଼ି ଛୁଇଁ ବାର ପ୍ରାୟାସ ର କୋଳାହଳ। ସବୁ କିଛି ଶୁନଶାନ୍। କେତେଟା ବୁଲା କୁକୁର ଙ୍କୁ ଛାଡ଼ିଦେଲେ ବାକିସବୁ ନୋଳିଆ ସାହିର ପିଲା। ଖାଲି ଖାଲି ଲାଗୁଛି ବେଳାଭୂମି ସଂଲଗ୍ନ ରାସ୍ତା, ଚାରିଆଡ଼େ ଖାଁ ଖାଁ, ନିସ୍ତବତାର ରାଜୁତି।           ମନେ ପଡେ ପିଲା ବେଳେ ପୁରୀ ଆସିବା କଥା, ଗାଁ ରୁ...